ଓଡିଶା

ବେଆଇନ ଭାବେ ଟଲରରେ ମାଛ ଧରୁଥିବାରୁ ଅଲିଭ ରିଡ଼ଲେ କଇଁଛଙ୍କ ମୃତ୍ୟୁ ହେଉଛି

ପୁରୀ : କୁମ୍ଭକର୍ଣ୍ଣ ନିଦ୍ରାରେ ମତ୍ସ୍ୟଜୀବୀ ଅଧିକାରୀ । ବୋଟ ଟଲର ମାଲିକ ଏବଂ ମତ୍ସ୍ୟଜୀବୀ ଅଧିକାରୀ ଙ୍କ ମଧ୍ୟରେ ଚାଲିଛି ମଧୂଚନ୍ଦ୍ରକା । ଉପକୂଳବର୍ତ୍ତୀ ପୁରୀ ଜିଲ୍ଲାର ନଭେମ୍ବର ୧ ତାରିଖରୁ ମେ ୩୧ ତାରିଖ ପର୍ଯ୍ୟନ୍ତ ସମୁଦ୍ରରେ ମାଛ ଧରିବା ଉପରେ ଲାଗିଛି କଟକଣା । ତେବେ ବେଆଇନ ଭାବେ ଟଲରରେ ମାଛ ଧରାଯାଉଥିବା ବେଳେ ଟଲର ମାଡ଼ରେ ମରୁଛନ୍ତି ଅଲଭି ରିଡ଼ଲେ କଇଁଛ । ବିରଳ ଜାତିର ଅଲିଭ୍ ରିଡ଼ଲେ କଇଁଛଙ୍କ ସଙ୍ଗମ ଓ ଅଣ୍ତାଦାନ ଋତୁ ଆସିଥିବାରୁ ସେମାନଙ୍କୁ ସୁରକ୍ଷା ଯୋଗାଇବା ପାଇଁ ଏହି କଟକଣା ଲାଗୁ ହୋଇଥିବା ବେଳେ କଟକଣାକୁ ଉଲ୍ଲଂଘନ କରୁଛନ୍ତି ଡ଼ଙ୍ଗା ଓ ଟ୍ରଲର ମତ୍ସ୍ୟଜୀବୀମାନେ। ଦେବୀନଦୀ ମୁହାଣ ଠାରୁ ୨୦ କିମି ପରଧି ଏବଂ ଅନ୍ୟ ନଦୀ ମୁହାଣ ଓ ସମୁଦ୍ର ଠାରୁ ୫ କିମି ପରଧି ମଧ୍ୟରେ ମାଛ ଧରାକୁ ସଂପୁର୍ଣ୍ଣ ବ୍ୟାନ୍ କରାଯାଇଥିବା ବେଳେ ଦିନରାତି ବେଆଇନ ଭାବେ ଟଲରରେ ମାଛ ଧରା ଯାଉଥିବା ବେଳେ ତଟରକ୍ଷୀ ବାହିନୀ, ସାମୁଦ୍ରିକ ମତ୍ସ୍ୟ ବିଭାଗ ମୋଟା ଅଙ୍କରେ ଅର୍ଥ ପାଇଁ ଟଲର ଧରି ଛାଡ଼ିଦେଇ ଥିବା ଅଭିଯୋଗ ଆଣିଛନ୍ତି ଲୋକେ ।

Related posts

ବିଜେପି ସରକାର ଓଡ଼ିଶାକୁ ଅପରାଧୀଙ୍କ ହାତକୁ ଟେକି ଦେଇଛି…

mahabharatanews

ମଝି ନଇରେ ବିପଦ ସଙ୍କୁଳ ଅବସ୍ଥାରେ ଫସିଲେ ୨ ଯୁବକ

mahabharatanews

ଢ଼ିଙ୍କିଆରେ ପୋଲିସର ଆଚରଣକୁ ଏସୟୁସିଆଇ ପକ୍ଷରୁ ତୀବ୍ର ନିନ୍ଦା

mahabharatanews