ଓଡିଶା

ରାଧିକା କୁଶୁହ୍ବାଙ୍କ ମୃତ୍ୟୁ ଘଟଣାର ଆସିଲା ନୂଆ ମୋଡ

ପୁରୀ : ପୁରୀରେ ବହୁଚର୍ଚ୍ଚିତ ମଧ୍ୟପ୍ରଦେଶ ସାଗର ଗ୍ରାମର ରାଧିକା କୁଶୁହ୍ବାଙ୍କ ମୃତ୍ୟୁ ଘଟଣା ନେଇ ଏବେବି ସସ୍ପେନ୍ସ ଲାଗି ରହିଥିବା ବେଳେ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି । ରାଧିକା ନିଖୋଜ ହେବାର ପୂର୍ବଦିନ ତାଙ୍କ ବାପା ପ୍ରହଲ୍ଲାଦ କୁଶୁହ୍ବା ହୋଟେଲ ଭିତରେ ତାଙ୍କୁ ନିସ୍ତୁକ ମାଡ଼ ମାରୁଥିବା ସିସିଟିଭି ଭିଡିଓ ପୋଲିସ୍ ହାତରେ ଲାଗିଛି । ଅତି ଅମାନୁଷିକ ଭାବେ ରାଧିକାଙ୍କୁ ହୋଟେଲ ସିଡିରେ ବସି ତାଙ୍କ ଚୁଡି ଭିଡି ମାଡ ମାରୁଥିବା ବେଳର ଭିଡିଓ ସିସିଟିଭିରେ କଏଦ ହୋଇଛି । ତେବେ ରାଧିକା ବିବାହ କରିବା ପାଇଁ ଜିଦ୍‌ ଧରିବାରୁ ତାଙ୍କୁ ମାଡ ମାରିଥିଲେ ବୋଲି ଆଗରେ ତାଙ୍କ ବାପା କହିଥିଲେ । ତେବେ ରାଧିକାକୁ ତାଙ୍କ ବାପା ମାଡ ମାରିବା ପରଦିନ ସକାଳୁ ସେ ହୋଟେଲରୁ କେଉଁ ଆଡେ ଚାଲିଯାଇଥିଲେ। ଗତ ୨୬ ତାରିଖରେ ତାଙ୍କ ମୃତଦେହ ମେରାଇନ୍ ଥାନା ଅନ୍ତର୍ଗତ ବାଲିଗୁଆଳି ବେଳାଭୂମିରୁ ମିଳିଥିଲା ।

ରାଧିକାକୁ ବଳାତ୍କାର ସହ ହତ୍ୟା କରାଯାଇଥିବା ତାଙ୍କ ବାପା ଅଭିଯୋଗ ଆଣିଥିଲେ । ତେବେ ଏହା ହତ୍ୟା ନୁହେଁ ବରଂ ଆତ୍ମହତ୍ୟା ହୋଇଥାଇ ପାରେ ବୋଲି ପୋଲିସ ଅନୁମାନ କରୁଛି । ସେପଟେ ୨୩ ତାରିଖ ସକାଳେ ରାଧିକା ସେ ରହୁଥିବା ହୋଟେଲର ନିକଟ ବେଳାଭୁମି ଗାନ୍ଧାରା ହୋଟେଲ ସମ୍ମୁଖ ଗଳିରେ ଯାଇ ଗଭୀର ସମୁଦ୍ର ଭିତରକୁ ପଶି ଯାଇଥିବା କିଛି ପ୍ରତ୍ୟକ୍ଷଦର୍ଶୀ ଦେଖିଛନ୍ତି । ତେଣୁ ସମୁଦ୍ରରେ ଭାସିଯାଇ ସେ ପ୍ରଥମେ ନିଖୋଜ ଓ ପରେ ତାଙ୍କର ମୃତ୍ୟୁ ହୋଇଥାଇପାରେ ବୋଲି କହିଛନ୍ତି ପ୍ରତ୍ୟକ୍ଷଦର୍ଶୀ । ସେଠାର କିଛି ପର୍ୟ୍ୟଟକ ଉପସ୍ଥିତ ଥିଲେ ମଧ୍ୟ ରାଧିକାଙ୍କୁ ଉଦ୍ଧାର କରି ପାରି ନଥିଲେ । ତେବେ ବାପା ମାଡ ପରେ ରାଧିକା ଗଭୀର ଦୁଃଖ ରେ ଭାଙ୍ଗି ପଡ଼ି ଆତ୍ମହତ୍ୟା କରିଥିବା ଏକ ପ୍ରକାର ସ୍ପଷ୍ଟ ହେବାରେ ଲାଗିଛି ।

Related posts

ଏଣିକି ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ ସ୍ୱାସ୍ଥ୍ୟ ବିଭାଗ ଅଧୀନରେ କରାଯିବ

mahabharatanews

ଶୈବପୀଠ ମହାବିନାୟକରେ ପାଣି ଢ଼ାଳି ଫେରୁଥିବା ବେଳେ ଅଘଟଣ

mahabharatanews

ଜଳ ସମ୍ପଦ ବିଭାଗ କର୍ମଚାରୀଙ୍କ ଛୁଟି ବାତିଲ

mahabharatanews