ଓଡିଶା

ରାସ୍ତାକଡ଼ରେ ଅଜଣା ମୃତଦେହ ଠାବ

ସୋନପୁର : ରାସ୍ତାକଡ଼ରେ ଅଜଣା ମୃତଦେହ ଠାବ । ଏଭଳି ଅଭାବନୀୟ ଘଟଣା ଘଟିଛି ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ସାଲେପାଲି ଓ ଗୁଳିହାପଦର ରାସ୍ତାରେ । ସୂଚନାନୁସାରେ , ଶନିବାର ସକାଳ ସମୟରେ କିଛି ଲୋକ ଯାଉଥିବାବେଳେ ରାସ୍ତାକଡ଼ରେ ବାଇକ୍‌ ପଡିଥିବାର ଦେଖିଥିଲେ । ଏହାପରେ ବାଇକ୍‌ ପାଖ ଯାଇ ଦେଖିବା ବେଳେକୁ , ସେଠାରେ ଜଣେ ବ୍ୟକ୍ତିଙ୍କ ମୃତଦେହ ପଡିଛି ।

ଏହାପରେ ତୁରନ୍ତ ଡୁଙ୍ଗୁରିପାଲି ପୋଲିସକୁ ଖବର ଦେଇଥିଲେ । ପୋଲିସ ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି ।ତେବେ ଦୁର୍ଘଟଣା କିଭଳି ହୋଇଛି । ତାହା ଏବେ ଯାଏଁ ସ୍ପଷ୍ଟ ହୋଇନଥିବା ବେଳେ ମୃତକଙ୍କ ପରିଚୟ ମଧ୍ୟ ମିଳିନାହିଁ । ମୃତ ବ୍ୟକ୍ତିଙ୍କ ମୁହଁରେ ଗଭୀର ଆଘାତ ଲାଗିଥିବାରୁ ଏହା ହତ୍ୟା ନା ଦୁର୍ଘଟଣା । ତାହା ତଦନ୍ତ ପରେ ହିଁ ସ୍ପଷ୍ଟ ହେବ ।

Related posts

୨୧ରେ କଂଗ୍ରେସର ମହିଳା ସମାବେଶ

mahabharatanews

୨୧ଟି ନୂଆ ବସ୍‌ଷ୍ଟାଣ୍ଟ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

mahabharatanews

୧୩ରୁ ବଢିବ ତାତି,୪୦ ଡିଗ୍ରୀ ଛୁଇଁବା ସମ୍ଭାବନା 

mahabharatanews