ଓଡିଶା

ଆଜି ସୁସ୍ଥ ହେଲେ ଆଉ ୧୨୦ ଆକ୍ରାନ୍ତ

ଭୁବନେଶ୍ୱର: ଆଜି ରାଜ୍ୟରେ ଆଉ ୧୨୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୨୪୭୪ରେ ପହଞ୍ଚିଛି। ଆଜିର ୧୨୦ ଜଣଙ୍କ ମଧ୍ୟରୁ ଗଂଜାମରୁ ୩୦, ଖୋର୍ଦ୍ଧାରୁ ୧୯, ବାଲେଶ୍ୱରରୁ ୧୪, ବଲାଙ୍ଗିରରୁ ୧୨, ଢେଙ୍କାନାଳରୁ ୯, ନୟାଗଡ଼ ଓ ସୁନ୍ଦରଗଡ଼ରୁ ୭ ଜଣ ଲେଖାଏଁ, ଅନୁଗୁଳରୁ ୬, କେନ୍ଦୁଝରରୁ ୫, ଜଗତସିଂହପୁର ଓ ପୁରୀରୁ ୪ ଜଣ ଲେଖାଏଁ ଏବଂ ଦେଓଗଡ଼, କେନ୍ଦ୍ରାପଡା ଓ ଝାରସୁଗୁଡ଼ାରୁ ଜଣେ ଲେଖାଏଁ ଥିବା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି।
ଓଡ଼ିଶାରେ ମୋଟ ୧ଲକ୍ଷ ୯୨ ହଜାର ୫୭୬ ନମୁନା ପରୀକ୍ଷଣ ହୋଇଥିବା ବେଳେ ୩ ହଜାର ୪୯୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୪୭୪ ଜଣ ସୁସ୍ଥ ହୋଇଥିବା ବେଳେ ୧୦ ଜଣ କରୋନାରେ ପ୍ରାଣ ହରାଇଛନ୍ତି ଏବଂ ୩ ଜଣ କରୋନା ଆକ୍ରାନ୍ତଙ୍କର ଅନ୍ୟ ରୋଗ କାରଣରୁ ମୃତ୍ୟୁ ହୋଇଛି। ସେହିପରି ବର୍ତ୍ତମାନ ୧୦୧୧ ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ ହସ୍ପିଟାଲରେ ଚକିତ୍ସିତ ହେଉଛନ୍ତି।

Related posts

ପାରଳାଖେମୁଣ୍ଡିରେ ପବିତ୍ର ପଣା ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ ପାଳିତ

mahabharatanews

ବନବିଭାଗ ନେଲା ଏକ ବଡ ପଦକ୍ଷେପ

mahabharatanews

ସରଣ୍ଡା ଜଙ୍ଗଲରେ ସୁରକ୍ଷାକର୍ମୀ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ

mahabharatanews