ଓଡିଶାପାଣିପାଗ

ଲ୍ୟାଣ୍ଡଫଲ କଲା ବାତ୍ୟା ସେନ୍ୟାର

ଲ୍ୟାଣ୍ଡଫଲ କଲା ବାତ୍ୟା ସେନ୍ୟାର । ନଭେମ୍ବର ମାସ ଶେଷକୁ ପୁଣି ଆସିଲା ଆଉ ଏକ ବାତ୍ଯା। ଇଣ୍ଡୋନେସିଆ ଉପକୂଳରେ ଏହା ସ୍ଥଳ ଭାଗ ଅତିକ୍ରମ କରିଛି । ସ୍ଥଳଭାଗ ଛୁଇଁବା ବେଳକୁ ପନବର ବେଗ ଥିଲା ୭୦ରୁ ୯୦ କିଲୋମିଟର ପ୍ରତି ଘଣ୍ଟା । ମାଲ୍ଲାକା ସମୁଦ୍ର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହେଲା ବାତ୍ଯା। ଏହା ପଶ୍ଚିମ-ଦକ୍ଷିଣ ପଶ୍ଚିମ ଦିଗକୁ ଗତି କରିବ । ୨୭ ତାରିଖ ପର୍ଯ୍ୟନ୍ତ ତାର ତୀବ୍ରତା ବଜାୟ ରଖିବ । ସୂଚନା ଦେଇ ସୁନିଶ୍ଚିନ୍ତ କରିଲା ଭାରତୀୟ ପାଣିପାଗ ବିଭାଗ। ଏହାର ପରବର୍ତ୍ତୀ ୨୪ ଘଣ୍ଟାରେ ପୂର୍ବ ଦିଗ ଆଡକୁ ରିକର୍ଭ କରି ଦୁର୍ବଳ ପଡ଼ିବ ବାତ୍ୟା ସେନ୍ୟାର । ସେପଟେ ଦକ୍ଷିଣ ପଶ୍ଚିମ ବଙ୍ଗୋପ ସାଗର ଏବେ ଦକ୍ଷିଣ ଶ୍ରୀଲଙ୍କା ନିକଟରେ ରହିଛି ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ର । ଏହା ଆଗାମୀ 24 ଘଣ୍ଟା ପର୍ଯ୍ୟନ୍ତ ଘୂର୍ଣ୍ଣିଝଡ଼ର ତୀବ୍ରତା ବଜାୟ ରଖିବା ଏବଂ ତା’ପରେ ଧୀରେ ଧୀରେ ଦୁର୍ବଳ ହେବାର ସମ୍ଭାବନା ବହୁତ ଅଧିକ।

ଏହା ଉତ୍ତର-ଉତ୍ତର ପଶ୍ଚିମ ଦିଗକୁ ଗତି କରି ପରବର୍ତ୍ତୀ ୨୪ ଘଣ୍ଟାରେ ଅଧିକ ଘନୀଭୂତ ହେବ । ପରବର୍ତ୍ତୀ ୪୮ ଘଣ୍ଟାରେ ଏହା ଆହୁରି ଅଧିକ ଘନିଭୂତ ହୋଇ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଉତ୍ତର-ଉତ୍ତର ପଶ୍ଚିମ ଦିଗକୁ ଗତି କରି ତାମିଲନାଡୁ ଓ ପୁଡୁଚେରୀ ମୁହାଁଇବ । ଏହି ଝଡ଼ ପ୍ରାୟ ସିଧାସଳଖ ପଶ୍ଚିମ ଦିଗରେ ଗତି କରି ଇଣ୍ଡୋନେସିଆ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି। ଏହା ପରେ, ଏହା କିଛି ସମୟ ପାଇଁ ପଶ୍ଚିମ-ଦକ୍ଷିଣପଶ୍ଚିମ ଦିଗରେ ଗତି କରିବ ଏବଂ ତା’ପରେ ଆଗାମୀ ଦୁଇ ଦିନ ମଧ୍ୟରେ ପୂର୍ବ ଦିଗକୁ ଫେରିଯିବ। ବାତ୍ଯାର ପ୍ରଭାବ ସେତେଟା ରହିବ ନାହିଁ ବୋଲି କୁହାଯାଉଛି। ୨୯ ତାରିଖ ବେଳକୁ ଏହା ବାତ୍ୟାର ରୂପ ନେଇପାରେ। ଯଦି ବାତ୍ୟା ସୃଷ୍ଟି ହୁଏ, ଏହାର ନାଁ ରହିବ ଦିତ୍ବା ।

Related posts

ଅଚ୍ୟୁତାନନ୍ଦଙ୍କ ପବିତ୍ର ପଦ୍ମବନ ପୀଠରେ ପୁଷ୍ୟାଭିଷେକ ଉତ୍ସବ ମହା ଆଡମ୍ବରରେ ଅନୁଷ୍ଠିତ

mahabharatanews

କରୋନା ପାଇଁ ଆଇଟିସି ପକ୍ଷରୁ ୧୫୦ କୋଟି ଟଙ୍କାର ସହାୟତା

mahabharatanews

ଆଜିଠୁ ଭଦ୍ରକ ଓ ଧାମନଗର ପୌରାଞ୍ଚଳ ଲକଡାଉନ

mahabharatanews