କୋଣାର୍କ : କୋଣାର୍କ ଉତ୍ସବର ୪ର୍ଥ ସଂଧ୍ୟା ମୁକ୍ତ ଅ।କାଶ ରଙ୍ଗ ମଂଚରେ ପ୍ରର୍ଦଶିତ ହୋଇଛି ଭାରତ ନାଟ୍ୟମ ଓ ଓଡିଶୀ ନୃତ୍ୟ । ଶୀତୁଅ। ସଂଧ୍ୟ୍ୟା ରଙ୍ଗ ବେରଙ୍ଗ ଅ।ଲୋକ ସଜ୍ଜା ଓ ସୁସଜ୍ଜିତ ପରିବେଶରେ ଦେଶ ବିଦେଶରୁ ଅ।ସିଥିବା ପର୍ଯ୍ୟଟକ ବେଶ୍ ମନଭରି ଉପଭୋଗ କରିଥିବା ବେଳେ ଏଠାରେ ନୃତ୍ୟ ପରିବେଷଣ କରି ବେଶ୍ ଅ।ନନ୍ଦିତ ଅଛନ୍ତି ନୃତ୍ୟ ଶିଳ୍ପୀ । ବିଶ୍ଵ ଐତିହ କୋଣ।ର୍କ ମନ୍ଦିର ପାଦ ଦେଶରେ ଅ।ୟୋଜିତ କୋଣାର୍କ ଉତ୍ସବର ୪ର୍ଥ ସଂଧ୍ୟାରେ ପ୍ରଥମେ ଭାରତନାଟ୍ୟମ ନୃତ୍ୟ ବିଶାରଦ। ଲିଳା ସାମସନଙ୍କ ସ୍ପନ୍ଦ ଡ୍ୟାନ୍ସ ଅନୁଷ୍ଟାନର କଳାକାର ମାନଙ୍କ ଦ୍ଵାରା ପରିବେଷିତ ହୋଇଥିଲା ଗଜାନନ ସ୍ତୁତି । ପୁତ୍ର ଗଣେଶଙ୍କ ଜନ୍ମରେ ଶିବ ପାର୍ବତୀଙ୍କ ଅ।ନନ୍ଦର ଭାବାବେଗ କୁ ନୃତ୍ୟ ମାଧ୍ୟମରେ ପରିବେଷଣ କରିଥିଲେ । ପରେ ପରେ ନୃତ୍ୟଙ୍ଗନାଙ୍କ ଦ୍ଵାରା ପରିବେଷିତ ହୋଇଥିଲା ଅତିଶୟ । ଯାହା ଶ୍ରୀକୃଷ୍ଣଙ୍କ କାଳୀୟ ଦଳନକୁ ଦେଖାଇଥିଲେ ନୃତ୍ୟ ଶିଳ୍ପୀ । ପରିଶେଷରେ ତିଲାନାରେ ରାଗ ଓ ପୁରବି ନୃତ୍ୟ ପରିବେଷଣ କରି ଦର୍ଶକ ମାନଙ୍କୁ ବାନ୍ଧି ରଖିବାରେ ସକ୍ଷମ ହୋଇଥିଲେ କଳାକାର । ଦ୍ଵିତୀୟ ପର୍ଯ୍ୟାୟରେ ସୁରଭି ଅନୁଷ୍ଠାନ ର ପ୍ରଖ୍ୟାତ ଗୁରୁ ପିତାମ୍ଵର ବିଶ୍ଵାଳ ଓ ସାଥୀଙ୍କ ଦ୍ଵାରା ଓଡିଶୀ ନୃତ୍ୟକୁ ପରଶି ଦେଇଥିଲେ କଳାକାର ।
ପୁରାଣ ସମ୍ଵଦ୍ଧିତ ସୂର୍ଯ୍ୟ ବହ୍ମାଣ୍ତ ରୁ ଅ।ରମ୍ଭ କରିଥିଲେ ନୃତ୍ୟ । ଯେଉଁ ଥିରେ ବହ୍ମାଣ୍ତର ଅ।ରମ୍ଭ, ବହ୍ମାଣ୍ତର ବିଲୟ, ମଥୁରା ମଙ୍ଗଳା,ମଥୁରା ବିଜେ ରୂପକ ଶୁଦ୍ଧନୃତ୍ୟ ମଂଚରେ ପଦର୍ଶନ କରିଥିଲେ । ସେପଟେ ଏହି ଓଡିଶୀ କଳାକାର ଙ୍କ ମଧ୍ୟରେ ଓଡିଅ। ଚଳଚିତ୍ର ଅଭିନେତ୍ରୀ ଅର୍ଚ୍ଚିତା ମଂଚରେ ଏମାନଙ୍କ ସହିତ ଓଡିଶୀ ନୃତ୍ୟ ପରିବେଷଣ କରିବା ମାହୋଲ କୁ ଅତି ରଙ୍ଗିନ କରିଥିଲା। କୋଣାର୍କ ଉତ୍ସବରେ କଳାକାର ମାନଙ୍କ ଦ୍ଵାରା ପରିବେଷିତ ନୃତ୍ୟକୁ ମନୋଭରୀ ଉପଭୋଗ କରିଛନ୍ତି ଦର୍ଶକ , କୋଣାର୍କ ରେ ଖ୍ୟାତିନାମା କଳାକାରଙ୍କ ଦ୍ଵାରା ନୃତ୍ୟ ପରିବେଷଣ ଅତି ଚମତ୍କାର ହୋଇଥିବା ପର୍ୟ୍ୟଟକ କହିଥିବା ବେଳେ ପର୍ୟ୍ୟଟନ ବିଭାଗ ଓ ରାଜ୍ୟ ସରକାର ଏଭଳି କାର୍ଯ୍ୟ ପର୍ଯ୍ୟଟନ ଶିଳ୍ପ ବିକାଶରେ ସହାୟକ ହେବ ବୋଲି କହିଛନ୍ତି । ପର୍ଯ୍ୟଟକ ବିଭାଗ ଦ୍ଵାରା ଅ।ୟୋଜିତ ଏହି କୋଣାର୍କ ଉତ୍ସବକୁ ଦେଖିବା ପାଇଁ ଦେଶ ତଥା ବିଦେଶରୁ ପର୍ଯ୍ୟଟକ ମାନଙ୍କର ଭିଡ ଜମିଥିଲା କୋଣାର୍କ ମୁକ୍ତାକାଶ ରଙ୍ଗମଂରେ। ରାଜ୍ୟ ସରକାରଙ୍କ ଏଭଳି ପଦକ୍ଷେପ ଭାରତୀୟ କଳା ସଂସ୍କୃତିକୁ ଦେଶ ବିଦେଶ ରେ ପହଂଚାଇବା ପାଇଁ କଳାକାର ମାନଙ୍କୁ ଏହି ମଂଚ ଗୋଟିଏ ସୁଯୋଗ ଦେଇପାରିଛି ।