ଢେଙ୍କାନାଳ : କାମାକ୍ଷାନଗରକୁ ଜିଲ୍ଲା, ପରଜଙ୍ଗ ବ୍ଲକକୁ ଉପଖଣ୍ଡ ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠନ ଦାବିରେ ପରଜଙ୍ଗ ଜନ ସାଧାରଣର ପକ୍ଷରୁ ଆଜି ମୁଖ୍ୟମନ୍ତ୍ରୀଙ୍କୁ ତହସିଲଦାରଙ୍କ ଜରିଆରେ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି । ଅଂଚଳ ବାସୀଙ୍କ ଅଭିଯୋଗ ମୁତାବକ ପରଜଙ୍ଗ ସ୍ୱାଧୀନତା ପୂର୍ବରୁ ଓ ପରେ ଏହା ଉପଖଣ୍ଡ ରହିଥିଲା । ମାତ୍ର ପରବର୍ତ୍ତୀ ସମୟରେ ଏହାକୁ କାମାକ୍ଷାନଗର ଉପଖଣ୍ଡରେ ମିଶାଇ ଦିଆଗଲା । ତେଣୁ ପୂର୍ବଭଳି ପରଜଙ୍ଗ ଓ କଙ୍କଡାହାଡ ବ୍ଲକକୁ ମିଶାଇ ଏକ ନୂତନ ଉପଖଣ୍ଡ କରାଯିବାକୁ ଦାବି କରାଯାଇଥିବା ବେଳେ, କାମାକ୍ଷାନଗର ଉପଖଣ୍ଡର ଜନସଂଖ୍ୟାକୁ ଦୃଷ୍ଟିରେ ରଖି ଏହାକୁ ଜିଲ୍ଲା ମାନ୍ୟତା ଦେବା ପାଇଁ ପରଜଙ୍ଗ ଜନ ସାଧାରଣ ଦାବି କରିଛନ୍ତି । ଏହି ଶୋଭାଯାତ୍ରାରେ ପରଜଙ୍ଗ ବ୍ଲକ ଅଧକ୍ଷା ଶର୍ମିଷ୍ଠା ଦଳବେହେରା, ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟ ଲକ୍ଷ୍ମୀଧର ସାହୁଙ୍କ ସମେତ ପଞ୍ଚାୟତ ଲୋକପ୍ରତିନିଧି ଓ ଶତାଧିକ ଜନସାଧାରଣ ଏହି ଗଣ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ।
previous post