ଓଡିଶା

ଶ୍ରେଣୀ ଗୃହରୁ ଆଠ ଫୁଟ ଲମ୍ବା ଅଜଗର ଉଦ୍ଧାର

(ଦୀପକ ମିଶ୍ର/ଉଦଳା): ମୟୁରଭଞ୍ଜ ଜିଲ୍ଲା ଉଦଳା ବନ୍ୟାଞ୍ଚଳ ଅଧୀନରେ ଥିବା ଏକ ବିଦ୍ୟାଳୟର ଶ୍ରେଣୀ ଗୃହରୁ ବିରାଟ ଏକ ଅଜଗର ସାପ ଉଦ୍ଧାର ହୋଇଛି । ସୂଚନା ଅନୁଯାୟୀ, ଉଦଳା ବନ୍ୟାଞ୍ଚଳ ଅନ୍ତର୍ଗତ ଘୁଁଟିବଣି ପ୍ରାଥମିକ ବିଦ୍ୟାଳୟ ଶ୍ରେଣୀ ଗୃହ ରେ ଏକ ଅଜଗର ସାପ ପଶିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ଏ ନେଇ ସ୍ଥାନୀୟ ଲୋକେ ଉଦଳା ବନବିଭାଗକୁ ଖବର ଦେଇଥିଲେ । ଏହାପରେ ଉଦଳା ବନବିଭାଗ ଟିମ୍ ଓ ସ୍ନେକ ହେଲ୍ପ ଲାଇଫ ଲାଇନର ସଦସ୍ୟ ଅଭିଜିତ ବେହେରା ଘଟଣା ସ୍ଥଳରେ ପହଞ୍ଚି ସାପଟିକୁ ଅକ୍ଷତ ଅବସ୍ଥାରେ ଉଦ୍ଧାର କରିଥିଲେ । ଅଜଗରଟିର ଲମ୍ବ ଆଠ ଫୁଟ ହୋଇଥିବାବେଳେ ତାହା ନର ପ୍ରଜାତିର ବୋଲି ଜଣାପଡିଛି । ତେବେ ସାପଟିକୁ ଶିମିଳିପାଳ ଜଙ୍ଗଲରେ ଛାଡି ଦିଆଯାଇଥିବା ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Related posts

ମାଲକାନଗିରି ବିଧାୟକ ଆଦିତ୍ୟ ମାଡ଼ିଙ୍କୁ କରୋନା

mahabharatanews

ଓଡ଼ିଶାର ପଛୁଆବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ‘ବିଦେଶ ଶିକ୍ଷାବୃତ୍ତି’ ଯୋଜନା

mahabharatanews

ଅଙ୍ଗନୱାଡି କେନ୍ଦ୍ର ଉଦ୍ଘାଟିତ

mahabharatanews