ଓଡିଶା

ବ୍ଲକ ସ୍ତରୀୟ କ୍ରୀଡା ମହୋତ୍ସବ ୨୦୨୨ର ଉଦଘାଟନୀ ଉତ୍ସବ

ଗଞ୍ଜାମ: ରାଜ୍ୟ ସରକାରଙ୍କ ନିର୍ଦେଶ ପ୍ରକାରେ ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀ ଆଦେଶ ପତ୍ର କ୍ରମେ ଆସିକା ଅତିରିକ୍ତ ଗୋଷ୍ଠୀ ଶିକ୍ଷାଅଧିକାରୀ ଭାଗିରଥି ପାତ୍ରଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନ ରେ ତିନି ଦିନ ବ୍ୟାପି ବ୍ଲକ ସ୍ତରୀୟ କ୍ରୀଡା ମହୋତ୍ସବ ୨୦୨୨ ସ୍ଥାନୀୟ ଆସିକା କଲେଜ ଛକ ସ୍ଥିତ ଟେକ୍ନିକାଲ ହାଇସ୍କୁଲ ଠାରେ ପ୍ରଧାନ ଶିକ୍ଷକ ପ୍ରତାପ କୁମାର ମହାପାତ୍ରଙ୍କ ପତ୍ୟେକ୍ଷ ତତ୍ୱାବଧାନ ରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି ସଭା କାର୍ୟ୍ୟ ଆରମ୍ଭ କରିଥିଲା ବେଳେ ସମ୍ମାନିତ ଅତିଥି ଭାବେ ଆସିକା ବିଡ଼ିଓ ଫକୀର ଚରଣ ପରିଡା, ଗଞ୍ଜାମ ଜିଲ୍ଲା ବିଜେଡି ଜୋନ ସଭାପତି ନଚିକେତା ସ୍ୱାଇଁ,ବରିଷ୍ଠ ବିଜେଡି ନେତା ଭଗବାନ ସାହୁ,ବିଜେଡି ଉପସଭାପତି ଦିଲ୍ଲୀପ କୁମାର ପାଣିଗ୍ରାହୀ, ଆସିକା ବ୍ଲକ ସଭାପତି ରାଜେଶ ପଟ୍ଟନାୟକ,ବ୍ଲକ ଯୁବ ସମ୍ପାଦକ ଶିବ ନାହାକ, ପ୍ରମୁଖ ଉପସ୍ଥିତ ରହି କ୍ରୀଡା ବିତ ମାନଙ୍କୁ ଉତ୍ସାହିତ କରିଥିଲେ ।

ଆଜି କାର ଏହି କ୍ରୀଡା ମହୋତ୍ସବ ରେ ଆସିକା ବ୍ଲକର ତେରୋଟି କ୍ଲଷ୍ଟର ବିଦ୍ୟାଳୟରୁ ବରିଷ୍ଠ ଓ କନିଷ୍ଠ ବର୍ଗରୁ ପ୍ରାୟ ୪୦୦ ଜଣ ଖେଳାଳି ଭାଗ ନେଇଥିଲେ । ୧୫ ଓ ୧୬ ତାରିଖରେ ଏହି କ୍ରୀଡା ମହୋତ୍ସବ ରେ କବାଡି, ଖୋଖୋ, ଲମ୍ବ ଡ଼ିଆ, ଉଚ୍ଚଡ଼ିଆ, ସଟଫୁଟ, ଡ଼ିସ କସ, ଯେଭଲିନ ଥ୍ରୋ, ଟ୍ରିପଲ ଜମ୍ପ, ଯୋଗାସନ, ଫୁଟବଲ, କ୍ରିକେଟ ଆଦି ଖେଳରୁ କୃତିତ୍ୱ ଅର୍ଜନ କରିଥିବା ଖେଳାଳି ମାନେ ଆସନ୍ତା ୧୭ ତାରିଖରେ ଜୋନାଲ ସ୍ତରୀୟ କ୍ରୀଡା ମହତ୍ସବ ରେ ଖେଳିବେ । ଆଜି ସକାଳୁ କଲେଜ ଛକ ସ୍ଥିତ ମାଶୀତଳାଇ ପିଠରୁ କ୍ରୀଡା ମଶାଲ ଅଣାଯାଇଥିଲା ପରେ ପରେ ରେଜିଷ୍ଟ୍ରେସନ କରାଯାଇ ଖେଳ ଆରମ୍ବ ହୋଇଥିଲା । ଆଜିକାର ଏହି କ୍ରୀଡା ମହୋତ୍ସବକୁ ଅଶୋକ କୁମାର ପଟ୍ଟନାୟକ କ୍ରୀଡା ଶିକ୍ଷକ ପଦ୍ମ ଚରଣ ବିଷୋୟୀ,କୈଳାସ ଗୌଡ଼, ଇନ୍ଦିରା ଦାସ, କାହ୍ନା ଦାଶ, ମୁକେଶ ଦାଶ, ଚନ୍ଦ୍ରଶେଖର ଦାଶ, ମଦନ ମୋହନ ବାଡ଼ତ୍ୟା ଙ୍କ ସମେତ ବହୁ କ୍ରୀଡା ଶିକ୍ଷକ ଓ ସିଆରସିସି ଉପସ୍ଥିତ ରହି ସହଯୋଗ କରିଥିଲେ ।

Related posts

ରାଜ୍ୟରେ ମୁଣ୍ଡଫଟା ଖରା ;ଅସ୍ତବ୍ୟସ୍ତରେ ଜନଜୀବନ

mahabharatanews

ଇଣ୍ଡୋନେସିଆରେ ବଡଧରଣର ଭୂକମ୍ପ ଝଟ୍‌କା ଅନୁଭୂତ

mahabharatanews

ସଜିଦକୁ ଅନୁଦାନ ମଞ୍ଜୁର ପାଇଁ ପ୍ରଣବ ପ୍ରକାଶ ଦାସଙ୍କୁ କୃତଜ୍ଞତା

mahabharatanews