ଓଡିଶା

ଅବସରପ୍ରାପ୍ତ କର୍ମଚାରୀଙ୍କୁ ନେଇ ଜାମଦା ବ୍ଲକସ୍ତରୀୟ ନୂତନ ସଂଘ ଗଠନ

ମୟୂରଭଞ୍ଜ : ଜାମଦା ବ୍ଲକ ସମ୍ମିଳନୀ କକ୍ଷରେ ପରେଶନାଥ ନନ୍ଦଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ସରକାରୀ ଅବସରପ୍ରାପ୍ତ କର୍ମଚାରୀଙ୍କୁ ନେଇ ବ୍ଲକସ୍ତରୀୟ ନୂତନ ସଂଘ ଗଠନ କରାଯାଇଛି । ଏଥିରେ ରାଜ୍ୟ,ଜିଲ୍ଲା,ଉପଖଣ୍ଡର କର୍ମକର୍ତ୍ତାଗଣ ପୂର୍ଣ୍ଣଚନ୍ଦ୍ର ବସା,କାହ୍ନୁଚରଣ ଗିରି,ଦିଲୀପ କୁମାର ମହାନ୍ତ,ପ୍ରଦୀପ କୁମାର ଗିରି,ବାଇଧର ସୋରେନ୍, ରାମଚନ୍ଦ୍ର ଟୁଡୁ, ମୁରୁଲୀଧର ବଳ ଉପସ୍ଥିତ ଥିଲେ । ସମ୍ମିଳନୀ କକ୍ଷରେ ଜାମଦା ବ୍ଲକସ୍ତରୀୟ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ମୁସ୍ତଫା ଅଲ୍ଲୀଙ୍କୁ ସଭାପତି, ପରେଶନାଥ ନନ୍ଦଙ୍କୁ ଉପସଭାପତି, ସନ୍ତୋଷ କୁମାର ନନ୍ଦଙ୍କୁ ସମ୍ପାଦକ,ତରଣୀସେନ୍ ଦାସଙ୍କୁ ସହସମ୍ପାଦକ,ନରେନ୍ଦ୍ରନାଥ ମହାନ୍ତଙ୍କୁ ଯୁଗ୍ମ ସମ୍ପାଦକ, କାରିଆ ମାଝୀଙ୍କୁ କୋଷାଧ୍ୟକ୍ଷ,ଭାଗିରଥୀ ମହାକୁଡ଼ଙ୍କୁ ନିରୀକ୍ଷକ ରୂପେ ଚୟନ କରାଯାଇଛି । ବିରେନ୍ଦ୍ର ନାରାୟଣ ନାୟକ, ବିଖନ ଚନ୍ଦ୍ର ଦାସ, କାହ୍ନୁ ଚରଣ ଗୋପ,ବଂଶୀଧର ବରାଳଙ୍କୁ ଉପଦେଷ୍ଟା ମଣ୍ଡଳୀ ରୂପେ ଚୟନ କରାଯାଇଥିବା ସୂଚନା ହସ୍ତଗତ ହୋଇଛି । ଜାମଦା ବ୍ଲକର ୧୦ଗୋଟି ପଞ୍ଚାୟତସ୍ତରୀୟ ସଂଯୋଜକ ରୂପେ ବୁଧୁରାମ ସିଂ ତାମୁଡ଼ିଆ, ମାହାତୁ ତନ୍ତୀ, ରାମଚନ୍ଦ୍ର ଟୁଡୁ,ମହେନ୍ଦ୍ର ନାଥ ରଣା, ବେଣୁଧର ବେହେରା, ଗଜେନ୍ଦ୍ର ପିଙ୍ଗୁଆ,ବିଶ୍ବନାଥ ମାର୍ଣ୍ଡି, ମନୋହର ଦାସ, ଯୋଗେଶ୍ବର ମାର୍ଣ୍ଡି ଏବଂ ହରେଶ୍ ନାଥ ନନ୍ଦଙ୍କୁ ଚୟନ କରାଯାଇଛି ।

Related posts

ପାରାଦୀପ ବନ୍ଦର ରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟରେ ଅଭିଜ୍ଞତାମୂଳକ ଶିକ୍ଷାର ପ୍ରଦର୍ଶନ ପୂର୍ବକ ଏକ TLM ମେଳା ଆୟୋଜନ

mahabharatanews

ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୭ ଜଣଙ୍କର ମୃତ୍ୟୁ, ମୋଟ କରୋନାଜନିତ ମୃତ୍ୟୁସଂଖ୍ୟା ୧୫୬୦କୁ ବୃଦ୍ଧି

mahabharatanews

ଓଡିଶାର ଗର୍ବ ସାଂସଦ ସସ୍ମିତ ପାତ୍ର

mahabharatanews