ଖେଳ

୮୨ ବର୍ଷ ବୟସରେ ଆରପାରିକୁ ଚାଲିଯାଇଛନ୍ତି ପେଲେ

ବ୍ରାଜିଲ : ଆଉନାହାନ୍ତି ଫୁଟବଲ ତାରକା ପେଲେ । ବ୍ରାଜିଲର କିମ୍ବଦନ୍ତି ଫୁଟବଲ ଖେଳାଳି ପେଲେ । ୮୨ ବର୍ଷ ବୟସରେ ଆରପାରିକୁ ଚାଲିଯାଇଛନ୍ତି ପେଲେ । ମହାନ ଫୁଟବଲ ଖେଳାଳି ଦୁଇ ବର୍ଷ ଧରି କ୍ୟାନସରରେ ପୀଡ଼ିତ ଥିଲେ । ଗୁରୁବାର ଦିନ ତାଙ୍କ ଶରୀର ଆଉ କେମୋଥେରୋପି ଗ୍ରହଣ ନକରିବାରୁ ତାଙ୍କ ମୃତ୍ୟୁ ଘଟିଥିଲା ।

ପେଲେ ହେଉଛନ୍ତି ବିଶ୍ୱର ଏକମାତ୍ର ଖେଳାଳି ଯିଏକି ତିନ ଥର ଫିଫା ବିଶ୍ୱକପ ଜିତିବାର ଗୌରବ ହାସଲ କରିଛନ୍ତି । ଗତ ବିଶ୍ୱକପ ମ୍ୟାଚ ବେଳେ ସେ ହସପିଟାଲ ବେଡରେ ଥାଇ ବ୍ରାଜିଲ ଟିମକୁ ଉତ୍ସାହିତ କରିଥିଲେ । ୧୬ ବର୍ଷ ବୟସରେ ଅନ୍ତର୍ଜାତୀୟ କ୍ରୀଡା ଜୀବନ ଆରମ୍ଭ କରିଥିଲେ । ୯୨ ମ୍ୟାଚରେ ୭୭ ଗୋଲ ଦେଇ ସର୍ବକାଳୀନ ଗୋଲ ସ୍କୋରର ହେବାର ଗୌରବ ଅର୍ଜନ କରିଥିଲେ । ୧୯୫୮, ୧୯୬୨ ଓ ୧୯୭୦ରେ ବ୍ରାଜିଲର ବିଜୟ ମୂଳରେ ସେ ଗ୍ରହଣ କରିଥିଲେ ପ୍ରମୁଖ ଭୂମିକା । ୧୯୫୮ ବିଶ୍ବକପ୍ରେ ସ୍ବିଡେନ୍ ବିପକ୍ଷ ଫାଇନାଲ୍ରେ ଦୁଇଟି ଗୋଲ୍ ଦେବା ସହ ମୋଟ ୬ ଗୋଲ୍ ସ୍କୋର କରିଥିଲେ।

୧୯୬୨ ବିଶ୍ବକପରେ ସେ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ୧୯୭୦ ବିଶ୍ବକପ୍ ଫାଇନାଲ୍ରେ ତାଙ୍କ ପ୍ରାରମ୍ଭିକ ଗୋଲରେ ବ୍ରାଜିଲ ୪-୧ରେ ଇଟାଲିକୁ ମାତ୍ ଦେଇଥିଲା। ପେଲେ ୧୯୪୦ ଅକ୍ବୋବର ୨୩ରେ ବ୍ରାଜିଲର ଟ୍ରେସ ଦୋ କୋରକୋ

Related posts

ଦିଲ୍ଲୀରେ ପ୍ରଦୂଷଣ ହେତୁ ଇଣ୍ଡିଆ ଓପନରୁ ଓହରିଗଲେ ଆଣ୍ଡର୍ସ ଆଣ୍ଟୋନସେନ୍

mahabharatanews

କ୍ଲିନ ସ୍ୱିପ ଟାର୍ଗେଟରେ ମେନ ଇନ ବ୍ଲୁ

mahabharatanews

‘ଟ୍ରଫି’ ଉପରେ ଗୋଡ଼ ରଖିବା ନିନ୍ଦନୀୟ

mahabharatanews