ଓଡିଶା

ବିବାହର ପ୍ରତିଶ୍ରୁତି ଦେଇ ପ୍ରାପ୍ତ ବୟସ୍କ ମହିଳାଙ୍କ ସହିତ ଶାରୀରିକ ସଂପର୍କ ରଖିବା ଦୁଷ୍କର୍ମ ନୁହେଁ

କଟକ: ଓଡିଶା ହାଇକୋର୍ଟଙ୍କ ଗୁରୁତ୍ୱ ପୂର୍ଣ୍ଣ ରାୟ। ବିବାହର ପ୍ରତିଶ୍ରୁତି ଦେଇ ପ୍ରାପ୍ତ ବୟସ୍କ ମହିଳାଙ୍କ ସହିତ ଶାରୀରିକ ସଂପର୍କ ରଖିବା ଦୁଷ୍କର୍ମ ନୁହେଁ। ସହମତିରେ ପ୍ରାପ୍ତ ବୟସ୍କା ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖିବା ଦୁଷ୍କର୍ମ ନୁହେଁ ବୋଲି କହିଛନ୍ତି କୋର୍ଟ। ଦୁଷ୍କର୍ମ ମାମଲାରେ ଶୁଣାଣି ବେଳେ ଡକ୍ଟର ଜଷ୍ଟିସ ସଞ୍ଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠଏହି ରାୟ ଦେଇଛନ୍ତି। ବହୁ ଅଭିଯୋଗକାରୀ ସାମାଜିକ ଅନଗ୍ରସର, ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବର୍ଗର ଓ ଗ୍ରାମାଞ୍ଚଳର ହୋଇଥିବା ବେଳେ ସେମାନଙ୍କୁ ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ପୁରୁଷମାନେ ଶାରୀରିକ ସଂପର୍କ ରଖୁଛନ୍ତି।

କିନ୍ତୁ ଦୁଷ୍କର୍ମ ସଂପର୍କିତ ଆଇନ ଅଧିକାଂଶ କ୍ଷେତ୍ରରେ ପୀଡିତାଙ୍କ ଦୁର୍ଦ୍ଦଶାକୁ ଏଡ଼ାଇବାରେ ସଫଳ ହୋଇପାରୁ ନାହିଁ। ଆଇପିସିର ଦଫା ୩୭୫ ଅନୁସାରେ ପୀଡ଼ିତାଙ୍କ ସହିତ ଘଟିଥିବା ନିର୍ଦ୍ଦିଷ୍ଟ ଯୌନ ନିର୍ଯାତନା ପ୍ରସଙ୍ଗକୁ ଦୁଷ୍କର୍ମ ଅପରାଧ ପରିସରଭୁକ୍ତ କରାଯାଇଛି। ସୂଚନାଯୋଗ୍ୟ, ଜଣେ ପ୍ରାପ୍ତ ବୟସ୍କା ପୀଡ଼ିତାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଅଭିଯୁକ୍ତ ୨୦୨୦ ଜାନୁଆରି ୧୨ରେ ସାଙ୍ଗରେ ନେଇ ଭୁବନେଶ୍ୱର ଯାଇଥିଲା ।

ସେଠାରେ ଅଭିଯୁକ୍ତ ପୀଡିତାଙ୍କ ସହିତ ବାରମ୍ବାର ଶାରୀରିକ ସଂପର୍କ ରଖିଥିଲା । କିଛି ଦିନ ପରେ ସେ ପୀଡ଼ିତାଙ୍କୁ ଛାଡି ପଳାଇଥିଲା । ପରେ ପରିବାର ସଦସ୍ୟ ତାଙ୍କୁ ଉଦ୍ଧାର କରିଥିଲେ । ଏ ନେଇ ନିମାପଡ଼ା ଥାନାରେ ଅଭିଯୋଗ ପରେ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ନିମ୍ନ ଅଦାଲତରେ ଜାମିନ ଖାରଜ ହେବା ପରେ ଅଭିଯୁକ୍ତ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା।

Related posts

ଆଜି ବି ୪ଟା ପର୍ଯ୍ୟନ୍ତ ଗୃହ ମୁଲତବି 

mahabharatanews

ଲଘୁଚାପ ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ଦୁଇ ଦିନ ବର୍ଷିବ

mahabharatanews

5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନକୁ ବିଜେଡି ସାଂସଦ ମାନସ ମଙ୍ଗରାଜଙ୍କ ଶୁଭେଚ୍ଛା

mahabharatanews