ଓଡିଶା

ସ୍ମାର୍ଟସିଟି ଅନଲାଇନ ଅଟୋ ଗ୍ରୁପ ପକ୍ଷରୁ ଯୋନ ପ୍ରତିଷ୍ଠା କାର୍ୟ୍ୟକ୍ରମ ଅନୁଷ୍ଠିତ

କଟକ : ସାଲେପୁର ବ୍ଳକ ମଧୁମଣ୍ଡପରେ ସ୍ମାର୍ଟ ସିଟି ଅନଲାଇନ ଅଟୋଗ୍ରୁପ ପକ୍ଷରୁ (ଏସ) ଯୋନ ପ୍ରତିଷ୍ଠା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଭିନ୍ନ ଜିଲ୍ଲାରେ ମଧ୍ୟ ଏହାର ଶାଖା ଅଛି । ଆଜି ସାଲେପୁର ଠାରେ ଏହାର ଏକ ଶାଖାର ଉଦ୍ଘାଟନ କରାଗାଲା । ଏହି ପରିପ୍ରେକ୍ଷୀ ରେ ସାଲେପୁର ବ୍ଳକର ଶିଶୁଆ ପାଖରୁ ସ୍ମାର୍ଟସିଟି ଅଟୋ ସଭାପତି ଇତିଶ ପ୍ରଧାନଙ୍କ ସଭାପତିତ୍ୱରେ ୧୩ଟି ଯୋନର ସ୍ମାର୍ଟସିଟି ଅଟୋ ପକ୍ଷରୁ ଏକ ବିରାଟ ରାଲିରେ ଆସି ସାଲେପୁର ବଜାରସ୍ଥିତ ମଧୁମଣ୍ଡପରେ ପହଂଚିଥିଲେ । ଆଗାମୀ ଦିନରେ ସ୍ମାର୍ଟସିଟି ଅଟୋ ପକ୍ଷରୁ ସମସ୍ତ ଅଟୋ ଚାଳକକୁ ସୁବିଧା ସୁଯୋଗ ଯୋଗାଇବା ସହ ପସେଞ୍ଜର ମାନଙ୍କୁ ମଧ୍ୟ ସୁବିଧା ସୁଯୋଗ ଯୋଗାଇ ଦେବା ସହ ଆମ୍ବୁଲାନ୍ସ ସେବା ଯୋଗାଇ ଦେଉଥିବା ନେଇ ସଭାପତି ପ୍ରକାଶ କରିଛନ୍ତି । ଆଜିର ଦିନରେ ୨୨ ହଜାରରୁ ଉର୍ଦ୍ଧ୍ବ ସଂକ୍ଷ୍ୟାରେ ସ୍ମାର୍ଟସିଟି ଅଟୋ ସେବାରେ ମେମ୍ବର ଭାଇମାନେ ଯୋଡିହେଲେଣି ଆଗାମୀ ବର୍ଷେ ଦୁଇବର୍ଷ ଭିତରେ ଦିନରେ ଏହା ୧ଲକ୍ଷରୁ ଉର୍ଦ୍ଧ୍ବ ସ୍ମାର୍ଟସିଟି ଅଟୋ ମେମ୍ବର ଭାଇମାନେ ଯୋଡ଼ିହେବେ ବୋଲି ଲକ୍ଷ୍ୟ ରଖିଛି ସ୍ମାର୍ଟସିଟି ଅଟୋ ସଭାପତି କହିଛନ୍ତି ।

Related posts

୩ଟି ବିରଳ ଧଳା ଗରୁଡ ପକ୍ଷୀ ଉଦ୍ଧାର

mahabharatanews

ବାରବାଟୀରେ ଭାରତ ଓ ଦକ୍ଷିଣ ଆଫ୍ରିକା ମ୍ୟାଚ ପ୍ରସ୍ତୁତିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା

mahabharatanews

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୯୦୪ ସଂକ୍ରମିତ ଚିହ୍ନଟ

mahabharatanews