ଭାରତ

୧୨୭୫ ରେଳ ଷ୍ଟେସନର ଅମୃତ ଭାରତ ଷ୍ଟେସନ ଯୋଜନାରେ ହେବ ଆଧୁନିକୀକରଣ

ଡେସ୍କ: ଆରମ୍ଭ ହେବ ଅମୃତ ଭାରତ ଷ୍ଟେସନ ଯୋଜନା । ଏନେଇ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ନିକଟରେ ଆରମ୍ଭ ହୋଇଥିବା ଅମୃତ ଭାରତ ଷ୍ଟେସନ ଯୋଜନାରେ ସାରା ଦେଶରେ ୧୨୭୫ ରେଳ ଷ୍ଟେସନର ନବୀକରଣ ଏବଂ ଆଧୁନିକୀକରଣ କରାଯିବ ପାଇଁ ଯୋଜନା ହୋଇଛି । ଆଜି ଆୟୋଜିତ ହୋଇଥିବା ଲୋକସଭାରେ ମନ୍ତ୍ରୀ କହିଛନ୍ତି ଯେ, ଯୋଜନାରେ ମଲ୍ଟିମୋଡାଲ ଇଣ୍ଟିଗ୍ରେସନ, ସହରର ଉଭୟ ପାର୍ଶ୍ୱରେ ଷ୍ଟେସନ ନିର୍ମାଣ ଏବଂ ଏକୀକରଣର ଯୋଜନା ରହିଛି । ଚଳିତ ଆର୍ଥିକ ବର୍ଷରେ ବିଭିନ୍ନ ରେଳ ଜୋନ୍ ପାଇଁ ୨୭୦୦ କୋଟି ଟଙ୍କା ଆବଣ୍ଟନ କରାଯାଇଛି ବୋଲି ରେଳ ମନ୍ତ୍ରୀ କହିଛନ୍ତି । ଏହି ପ୍ରକ୍ରିୟା ଜଟିଳ ହୋଇଥିବାରୁ ଏଥିରେ ଯାତ୍ରୀ ଏବଂ ଟ୍ରେନର ନିରାପତ୍ତା ଜଡିତ ଏବଂ ସହରାଞ୍ଚଳ ତଥା ସ୍ଥାନୀୟ ସଂସ୍ଥାଗୁଡ଼ିକରୁ ବିଭିନ୍ନ ବିଧିଗତ ଅନୁମତି ଆବଶ୍ୟକ ଫଳରେ ଏହା ଶେଷ ହେବା ଲାଗି ଅଧିକ ସମୟ ଆବଶ୍ୟକ କରିପାରେ। ଏହି ଯୋଜନା ଶେଷ ହେବା ପାଇଁ କୌଣସି ସମୟ ସୀମା ସ୍ଥିର କରାଯାଇପାରିବ ନାହିଁ ।

Related posts

ପାର୍କିଂ ସ୍ଥଳରେ ଅଚାନକ ବିସ୍ଫୋରଣ 

mahabharatanews

ହସ୍ପିଟାଲରେ ଭର୍ତ୍ତିହେଲେ ଆଇପିଏଲ୍‌’ର ପୂର୍ବତନ ମୁଖ୍ୟ ଲଳିତ ମୋଦୀ

mahabharatanews

ତାମିଲନାଡୁରେ ଭୟଙ୍କର ସଡକ ଦୁର୍ଘଯଣା , ୭ ମୃତ

mahabharatanews