ଓଡିଶା

ଶିଳ୍ପାଞ୍ଚଳରୁ ହଟିଲା ଜବରଦଖଲ: 12 ରେ’ପରିବାର ଟ୍ରାଞ୍ଜିଟ ହାଉସକୁ ସ୍ଥାନାନ୍ତର

ଭୁବନେଶ୍ୱର : ରସୁଲଗଡ଼ ଶିଳ୍ପାଞ୍ଚଳରେ ଇଡକୋ ପକ୍ଷରୁ ମିଳିଥିବା ପ୍ଲଟରେ ହୋଇଥିଲା ଜବରଦଖଲ | ଉକ୍ତ ପ୍ଲଟରେ ଏକାଧିକ ପରିବାର ଘର ନିର୍ମାଣ କରିବା ସହିତ କିଛି ଦୋକାନ ଘର ବି ରହିଥିଲା | ସେହି ଜମିକୁ ଜବରଦଖଲମୁକ୍ତ କରିବା ସହିତ ସମସ୍ତ ପରିବାରକୁ ସ୍ଥାନାନ୍ତରିତ କରିଛି ବିଡିଏ | ବୁଧବାର ବିଡିଏ ପକ୍ଷରୁ ରସୁଲଗଡ଼ ଶିଳ୍ପାଞ୍ଚଳରେ ଥିବା ପ୍ଲଟ ନମ୍ବର 24, 25 ଏବଂ 40ରେ ତିଆରି ହୋଇଥିଲା ବେଆଇନ ଘର |

ଏଠାରେ ରାଜୀବ ଆବାସ ଯୋଜନାରେ ଅନ୍ତର୍ଗତ 12ଟି ପରିବାରକୁ ସାମିଲ କରାଯାଇଥିଲା | ସେମାନଙ୍କୁ ନିଳାଦ୍ରୀ ବିହାରସ୍ଥିତ ଟ୍ରାଞ୍ଜିଟ ହାଉସକୁ ସ୍ଥାନାନ୍ତରଣ କରାଯାଇଛି | ଏଥିରେ 8ଟି ଆଜବେଷ୍ଟସ ଘର, 2ଟି ପଲିଥିନ ନିର୍ମିତ ଘର, ଗୋଟିଏ ସଂପ୍ରସାରଣ ଅଂଶ, ଗୋଟିଏ ଗାଡ଼ି ସର୍ଭିସିଂ ସେଣ୍ଟର ଭଙ୍ଗାଯାଇଥିଲା |

ଆଇନଶୃଙ୍ଖଳା ପରିସ୍ଥିତି ପାଇଁ ଏକ ପ୍ଲାଟୁନ ରିଜର୍ଭ ପୋଲିସ ସମେତ ଗୋଟିଏ ସେକ୍ସନ ମହିଳା ପୋଲିସ ମୁତୟନ କରାଯାଇଥିଲା | ଉଚ୍ଛେଦ ସମୟରେ ବଡିଏ ଏନଫୋର୍ସମେଣ୍ଟ ଅଫିସର ଦେବୀ ପ୍ରସାଦ ମହାନ୍ତି, ବିଡିଏ ଲିଆସନ ଅଫିସର ଶୁଭ୍ରାଂଶୁ ଶେଖର ମହାନ୍ତି ଏବଂ ଇଡକୋ ଜେଇ ସନ୍ତୋଷ ସାହୁ ପ୍ରମୁଖ ଉପସ୍ଥିତ ଥିଲେ |

Related posts

ଉଦ୍ଘାଟନ ପୂର୍ବରୁ ଭାଙ୍ଗି ଦେଲେ ଫଳକ

mahabharatanews

ସ୍ବାସ୍ଥ୍ୟ କେନ୍ଦ୍ରରେ କାର୍ୟ୍ୟରତ କର୍ମଚାରୀ ଓ ସ୍ଥାନୀୟ ଲୋକ ପ୍ରତିନିଧି ମାନଙ୍କ ସହ ଜିଲ୍ଲାପାଳଙ୍କ ଆଲୋଚନା

mahabharatanews

ସ୍ୱାମୀ ଆଖି ଆଗରେ ଅତ୍ମହତ୍ୟା କଲା ସ୍ତ୍ରୀ

mahabharatanews