ଓଡିଶା

ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ପୋଲିସର ବୈଠକ

ଭୁବନେଶ୍ୱର : ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ପୋଲିସର ବୈଠକ | ବ୍ଲୁ ବୁକ SOP ଅନୁସାରେ ସୁରକ୍ଷା ବ୍ୟବସ୍ଥା କଡା କଡ଼ି କରାଯାଇଛି | ରୁଟ ଲାଇନିଂ, ନାଇଟ ଗାର୍ଡ, ଚୋପର ଗାର୍ଡ ଓ ରୁଫ ଟଫରେ ମୁତୟନ ରହିବେ ସୁରକ୍ଷା କର୍ମୀ | ରାଷ୍ଟ୍ରପତିଙ୍କ କାର୍ୟ୍ୟକ୍ରମ ଥିବା ସ୍ଥାନ ଗୁଡିକର ସୁରକ୍ଷା ବ୍ୟବସ୍ଥା ତଦାରଖ ପାଇଁ ଜଣେ ଜଣେ ଅତିରିକ୍ତ ଡିସିପି ରାଙ୍କ ଅଫିସର ରହିବେ | ରାଜଭବନରେ ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା କଡାକଡ଼ି କରାଯାଇଛି | ଏଣ୍ଟ୍ରି ଓ ଏକ୍ସଜିଟି ପଏଣ୍ଟ ସିସିଟିଭି ସର୍ଭିଲାନ୍ସରେ ରଖାଯାଇଛି |

ରାଷ୍ଟ୍ରପତିଙ୍କ କାରକେଡ଼ ଇନଚାର୍ଜ ରହିବେ ଜଣେ ଏସ.ପି ରେଙ୍କ ଅଫିସର | ଆଜି ଫୁଲଡ୍ରେସ ରିହରସେଲ ସହ କାରକେଡ଼  ରିହରସେଲ ହବ | ରାଷ୍ଟ୍ରପତିଙ୍କ ସୁରକ୍ଷା ଦାୟିତ୍ୱରେ ୧୪ ଜଣ ଅତିରିକ୍ତ ଡିସିପି ରାଙ୍କର ଅଫିସର, ୩୫ ଜଣ ଏ.ସି.ପି ରାଙ୍କ ଅଫିସର, ୪୭ ଜଣ ଇନ୍ସପେକ୍ଟର, ୧୮୮ ଏସ.ଆଇ ଓ ଏ.ଏସ.ଆଇ ରେଙ୍କ ଅଫିସର ସହ ୫୦ ହୋମଗାର୍ଡ ରହିବେ | ମୋଟ ୪୦ ପ୍ଲାଟୁନ ଫୋର୍ସ ସୁରକ୍ଷା ପାଇଁ ରହିବେ | ରାଷ୍ଟ୍ରପତିଙ୍କ ଲିଙ୍ଗରାଜ ଦର୍ଶନ ସମୟରେ ଅଧଘଣ୍ଟା ପାଇଁ ସାଧାରଣ ଦର୍ଶନ ବନ୍ଦ ରହିବ |

Related posts

ଫେବୃଆରୀ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ରହିବ ଶୀତ 

mahabharatanews

ବେଆଇନ ଭାବେ ଟଲରରେ ମାଛ ଧରୁଥିବାରୁ ଅଲିଭ ରିଡ଼ଲେ କଇଁଛଙ୍କ ମୃତ୍ୟୁ ହେଉଛି

mahabharatanews

କାଲି ନୀତି ଆୟୋଗ ବୈଠକ, ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

mahabharatanews