ପୁରୀ : ଜିଲ୍ଲା ସ୍ତରୀୟ ପେନସନ ଅଦାଲତ ପ୍ରସ୍ତୁତି ବୈଠକ ଆଜି ପୂର୍ବାହ୍ନରେ ସଦଭାବନା ସଭାଗୃହ ଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ ଅବସର ପରେ କୌଣସି ବି ସରକାରୀ କର୍ମଚାରୀ ଯେପରି ଯଥାଶୀଘ୍ର ପେନସନ ପାଆନ୍ତି ସେଥିପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ପ୍ରତ୍ୟେକ ବିଭାଗ ସେମାନଙ୍କ ଅବସର ନେଉଥିବା କର୍ମଚାରୀ ମାନଙ୍କ ପ୍ରତି ସମ୍ବେଦନଶୀଳ ହୋଇ ତ୍ୱରିତ ପ୍ରକ୍ରିୟାରେ କାର୍ୟ୍ୟ କରିବାକୁ ପରାମର୍ଶ ଦେଇଥିଲେ। ସମସ୍ତ କର୍ମଚାରୀ ଦିନେ ନା ଦିନେ ଅବସର ନେବେ । ତେଣୁ ଅବସର ନେବା ପୂର୍ବରୁ ସମ୍ପୃକ୍ତ କର୍ମଚାରୀର ପେନସନ ସୁବିଧା ପାଇଁ ସରକାରୀ ନିୟମ ଅନୁସାରେ ପଦକ୍ଷେପ ନେବା ଉଚିତ। ବର୍ତ୍ତମାନ ଅନଲାଇନ ମାଧ୍ୟମରେ ଏହା ହେଉଥିବାରୁ ଅଧିକ ସରଳ ଓ ତ୍ୱରାନ୍ୱିତ ଦୋଇ ପାରୁଛି ବୋଲି ସେ କହିବା ସହ ପ୍ରତ୍ୟେକ ବିଭାଗ ଦାୟିତ୍ୱପୂର୍ଣ୍ଣ ଭାବେ କାର୍ୟ୍ୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସଂସ୍ଥା ବିଭାଗର ଡେପୁଟି କଲେକ୍ଟର ସୁମନ୍ତ କୁମାର କର ସର୍ବେଶେଷ ନିୟମ ଆଧାର ରେ ପେନସନ କାଗଜପତ୍ର ର ପ୍ରସ୍ତୁତି, ବିଭାଗର ଦାୟିତ୍ୱ ପେନସନରକୁ ସହାୟତା, ବିଭିନ୍ନ କ୍ଷେତ୍ରରେ ଥିବା ସମସ୍ୟା ଗୁଡିକ ସମ୍ପର୍କରେ ବିଷଦ ତଥ୍ୟ ସହ ଆଲୋଚନା କରିଥିଲେ। ଏଥିରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ଯୋଗ ଦେଇ ପେନସନର ଙ୍କୁ ସହଯୋଗ ସମ୍ପର୍କରେ ଅନୁରୋଧ କରିଥିଲେ । ଏହି ବୈଠକରେ ସଂସ୍ଥା ବିଭାଗର କର୍ମଚାରୀ ଓ ବିଭିନ୍ନ ବିଭାଗର ପେନସନ କାଗଜପତ୍ର ପରିଚାଳନା କରୁଥିବା କର୍ମଚାରୀ ମାନେ ଯୋଗ ଦେଇଥିଲେ ।
previous post
next post
