ଓଡିଶା

ଅଜଣା ଗାଡି ଧକ୍କାରେ ଅଟୋ ଓଲଟି ଜଣେ ମୃତ

ମୟୁରଭଞ୍ଜ/ ସତ୍ୟନାରାୟଣ ପାଲ : ରାଇରଙ୍ଗପୁର ତିରିଂ ଥାନା ଅଧିନ ଝରାଡିହି ଫାଣ୍ଡି ଅନ୍ତର୍ଗତ ବାନାଡୁଙ୍ଗୁରି ଗ୍ରାମରୁ ଯଶିପୁର ଗ୍ରାମକୁ ଯାଇ ଦଶାହକର୍ମରେ ଯୋଗ ଦେଇ ଏକ ଅଟୋ ଯୋଗେ ଫେରୁଥିବା ବେଳେ ଦୂର୍ଘଟଣାରେ ଜଣେ ମୃତ୍ୟୁବରଣ କରିଥିବା ଜଣା ପଡିଛି । ସୂଚନା ଅନୁସାରେ ଭଗାବନ୍ଦି ଗ୍ରାମ ନିକଟସ୍ଥ ବାନାଡୁଙ୍ଗୁରି ଗ୍ରାମରୁ ସହ ପରିବାର ସୁରଦା ଯଶିପୁର ଗ୍ରାମକୁ ଦଶାହକର୍ମରେ ଯୋଗଦେବାକୁ ଯାଇ ଜେଏଚ୍ ୦୫ ଓ୍ବାଇ ୬୮୪୩ ନଂ ବିଶିଷ୍ଠ ଏକ ଅଟୋ ଯୋଗେ ଫେରୁଥିବାବେଳେ ଗତକାଲି ସଂଧ୍ୟା ପ୍ରାୟ ୬.୩୦’ ମିନିଟ୍ ସମୟରେ ଧବଡୁଙ୍ଗୁରୀ ନିକଟରେ ଏକ ଅଜଣା ଚାରିଚକିଆ ଗାଡି ଧକ୍କା ଦେଇ ଖସି ପଳାଇଥିଲା । ଫଳରେ ଅଟୋ ଟି ଓଲଟି ପଡିଥିଲା। ଅଟୋରେ ଥିବା ପାଞ୍ଚ ଜଣ ବ୍ୟକ୍ତି ଆହତ ହୋଇଥିଲେ। ସେମାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଝରାଡିହି ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ର କୁ ପଠାଇଥିଲେ। ତେବେ ସେଠାରେ ଗୁରୁତର ଆହତ ସାଲଖୁ ମାର୍ଣ୍ଡିଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଏବଂ ଅନ୍ୟ ଆହତ ମାନଙ୍କୁ ଅଧିକ ଚିକିତ୍ସା ନିମନ୍ତେ ରାଇରଙ୍ଗପୁର ଡାକ୍ତରଖାନାକୁ ପଠାଇଥିଲେ। ଏନେଇ ତିରିଂ ଥାନା ରେ କେଶ୍ ନଂ ୨୪/୨୩’ ରେ ଏକ ମାମଲା ରୁଜୁ କରାଯାଇ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୋଲିସ।

Related posts

ମନ୍ତ୍ରୀଙ୍କ ଘର ଉପରକୁ ଟମାଟୋ ଓ ଭେଣ୍ଡି ମାଡ଼

mahabharatanews

୧୯ ଜିଲ୍ଲାରୁ ୧୪୯ କରୋନା ଆକ୍ରାନ୍ତ ସୁସ୍ଥ

mahabharatanews

ଅଗ୍ନିକାଣ୍ଡରେ ୩୦ରୁ ଉଦ୍ଧ୍ୱର୍ ଘର ପୋଡି ପାଉଁଶ

mahabharatanews