ଓଡିଶା

ୱାର୍ଡ ମେମ୍ବରଙ୍କ ସହ ଧାରଣା ଦେଲେ ସରପଞ୍ଚ

ଦେଓଗଡ : ରିଆମାଳ ବ୍ଲକ ପ୍ରଶାସନର କାର୍ଯ୍ୟ ଓ ଯନ୍ତ୍ରୀ ମାନଙ୍କ ଅସହଯୋଗ | ୱାର୍ଡ ମେମ୍ବରଙ୍କ ସହ ଧାରଣା ଦେଲେ ସରପଞ୍ଚ | ତୁହିଲାମାଲ ପଞ୍ଚାୟତର ସରପଞ୍ଚ ଜଲି ନାୟକ ନିଜର ୧୧ମାସର ଶିଶୁ ପୁତ୍ରକୁ ଧରି ସମସ୍ତ ୱାର୍ଡ ମେମ୍ବରଙ୍କ ସହିତ ଧାରଣ ଦେଇଛନ୍ତି। ସରପଞ୍ଚଙ୍କ ଅଭିଯୋଗ ଅନୁଯାୟୀ ନିର୍ବାଚିତ ହେବାର ଏକ ବର୍ଷ ବିତି ଯାଇଥିଲେ ମଧ୍ୟ ଯନ୍ତ୍ରୀ ସଞ୍ଜୟ ଟିଗ। ଜଳ ପରିମଳ ଯନ୍ତ୍ରୀ ପଞ୍ଚାୟତକୁ ସହଜଗ କରୁନାହାନ୍ତି ଫଳରେ ଏହି ପଞ୍ଚାୟତର ନିରୀହ ଜନସାଧାରଣ ଜଳ, ରାସ୍ତା, ଆବାସ ତଥା ସରକାରଙ୍କ ମୌଳିକ ସୁବିଧାରୁ ବଂଚିତ ହେଉଛନ୍ତି ।

ଏବାବଦରେ ଆଗରୁ ବହୁତ୍ ବାର୍ ବି ଡି ଓ, ଜିଲ୍ଲା ପ୍ରଶାସନଙ୍କୁ ଜଣାଇ ଥିଲେ ମଧ୍ୟ କର୍ଣ୍ଣ ପାତ କରୁ ନାହାନ୍ତି | ତୁରନ୍ତ ଉକ୍ତ ଯନ୍ତ୍ରୀଙ୍କୁ ବଦଳି କରି ନୂତନ ଯନ୍ତ୍ରୀ ପାଇଁ ଦାବି କରିଛନ୍ତି। ଏହି ଧାରଣାରେ ପଞ୍ଚାୟତର ୱାର୍ଡ ମେମ୍ବର ନଳିନୀ ମାଟି ଆରି, ନୟନା ବିଶି, ଦୟାନିଧି ପ୍ରଧାନ, ଭାବ ଗ୍ରାହି ନାୟକ, ମନୋଜ ନାୟକ, ଦିବ୍ୟ ଶଙ୍କର ମହଲିକ ଓ ଲତା ମଞ୍ଜରୀ ଗଡଟିୟାଙ୍କ ସହିତବହୁ ଜଣ ସାଧାରଣ ଧାରଣାରେ ବସିଛନ୍ତି।

Related posts

ଓଡିଶା ଗ୍ରାମୀଣ ବ୍ୟାଙ୍କ ଭେଲୋରା ଶାଖା ତରଫରୁ ମେଗା ଋଣ ବିତରଣ ଶିବିର ଅନୁଷ୍ଠିତ

mahabharatanews

ଆଉ ଏକ ଲଘୁଚାପ ସୃଷ୍ଟି ସମ୍ଭାବନା ! କେତେକ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

mahabharatanews

ଆୟବା: ଭୁଲ ପଞ୍ଜିକରଣ ଯୋଗୁଁ ୪୧ଚାଷୀ ଧାନ ବୀକ୍ରୟରୁ ବଂଚିତ

mahabharatanews