ଅପରାଧଓଡିଶା

ବୈଦ୍ୟନାଥ ଛକରୁ ଜବତ ହୋଇଛି ୨୧୫ ବୋତଲ କଫ ସିରଫ

ସୁବର୍ଣ୍ଣପୁର : ସୋନପୁର ଅବକାରୀ ବିଭାଗର ଏକ ଟିମ ବୈଦ୍ୟନାଥ ଛକ୍‌ଠାରେ ଚଢଉ କରି ୨୧୫ ବୋତଲ କଫ୍ ସିରଫ ଜବତ କରିବା ସହ ଜଣକୁ ଗିରଫ କରିଛି। ଅଭିଯୁକ୍ତ ଜଣକ ତରଭା ଥାନା ଅନ୍ତର୍ଗତ ଝାରତରଭା, ତେଲିପଡାର ଓମ୍ ପ୍ରସାଦ ଦଳବେହେରା ହୋଇଥିବା ବେଳେ ଏହି କଫ ସିରଫ ଚାଲାଣରେ ବ୍ୟବହୃତ ଏକ ବାଇକକୁ ମଧ୍ଯ ବିଭାଗ ଜବତ କରିଛି। ଏ ନେଇ ଅବକାରୀ ବିଭାଗ ଏକ ମାମଲା ରୁଜୁକରି ଅଭିଯୁକ୍ତକୁ କୋର୍ଟଚାଲାଣ କରିଥିବା ସୂଚନା ମିଳିଛି। ଅବକାରୀ ଅଧୂକ୍ଷକ ପ୍ରବୀର କୁମାର ସାମଲଙ୍କ ନିର୍ଦ୍ଦେଶକ୍ରମେ ଇନ୍ସପେକ୍ଟର ପ୍ରକାଶ କୁମାର ସା, ଇନ୍ସପେକ୍ଟର ହରପ୍ରସାଦ ରଣା, ଏସଆଇ ସାନୁନୁ ପଟ୍ଟନାୟକ, ଏସ୍‌ଆଇ ବିଶ୍ବନାଥ ଭୋଇ, ଏଏସଆଇ ସନ୍ତୋଷ ସାହୁ ପ୍ରମୁଖ ଏହି ଚଢଉରେ ସାମଲ ଥିଲେ।

Related posts

ଏସସିଏସ କଲେଜ ପୁରାତନ ଛାତ୍ର କ୍ରିୟାନୁଷ୍ଠାନ କମିଟିର ଚେତାବନୀ

mahabharatanews

ଖୁବଶୀଘ୍ର ରତ୍ନଭଣ୍ଡାର ମରାମତି : ଆଇନ ମନ୍ତ୍ରୀ

mahabharatanews

ବାଘ ଛାଲ ବିକ୍ରି ବେଳେ ଏସଟିଏଫ ହାତରେ ଅଭିଯୁକ୍ତ

mahabharatanews