ଓଡିଶା

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଦୁଇ ଆହାତ

ଅନୁଗୋଳ : ନାଲକୋ ଥାନା ଅନ୍ତର୍ଗତ ବଲରାମପ୍ରସାଦ କେନ୍ଦୁ ପାଟଣା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ସୂଚନା ଅନୁଯାୟୀ ଏକ ଟାଟା ହାରିହର ଗାଡି ବଳରାମପ୍ରସାଦ ଆଡୁ ଯାଉଥିବା ବେଳେ ଗିରାଙ୍ଗ ପଟରୁ ବଳରାମ ପ୍ରସାଦ ଆଡ଼କୁ ଆସୁଥିବା ଏକ ସ୍କୁଟି ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ସ୍କୁଟି ଚାଳକ ଗୁରୁତର ଆହତ ହୋଇଥିବା ସ୍ଥାନୀୟ ଲୋକ ସୂଚନା ଦେଇଛନ୍ତି। ଧକ୍କା ଦେଇ ଟାଟା ହାରିହର ପଳାଉଥିବା ବେଳେ ସ୍ଥାନୀୟ ଲୋକ ପିଛା କରି ଗାଡି ଭିତରେ ବସିଥିବା ୩ ଜଣ ଅଣ ଓଡ଼ିଆ ଯୁବକକୁ କାବୁ କରି ଉତ୍ତମ ମଧ୍ୟମ ଦେଇଥିଲେ। ଘଟଣା ସ୍ଥଳରେ ନାଲକୋ ପୋଲିସ ପହଞ୍ଚି ଯୁବକମାନଙ୍କୁ ଉଦ୍ଧାର କରି ତଦନ୍ତ କରୁଥିବା ବେଳେ ଆହତ ଯୁବକ କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ପରେ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି। ଘଟଣା ସ୍ଥଳରେ ଉତ୍ତେଜନା ଜାରି ରହିଛି। ରିପୋର୍ଟ ଲେଖା ହେବା ପର୍ୟ୍ୟନ୍ତ ସ୍ଥାନୀୟ ଲୋକ ମାନେ କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ କରିଛନ୍ତି । ଘଟଣା ସ୍ଥଳରେ ଉତ୍ତେଜନାକୁ ଦୃଷ୍ଟିରେ ରଖି ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବା ସହିତ ନାଲକୋ ଥାନା ଅଧିକାରୀ, ବଅଁରପାଳ ଥାନା ଅଧିକାରୀ, ଅନୁଗୋଳ ଥାନା ଅଧିକାରୀ ଓ ଅନୁଗୋଳ ଝଊଚଙ ପହଞ୍ଚି ଘଟଣା ସମ୍ପର୍କରେ ତୀକ୍ଷ୍ଣ ନଜର ରଖିଛନ୍ତି ।

Related posts

୨୯ରୁ ଯୁକ୍ତ୨ ନାମଲେଖା

mahabharatanews

ଖମାର ବନବିଭାଗକୁ ବଡ଼ ସଫଳତା

mahabharatanews

ପୋଖରୀରେ ବୁଡ଼ି ବୃଦ୍ଧଙ୍କ ମୃତ୍ୟୁ

mahabharatanews