ଓଡିଶା

ଜଙ୍ଗଲ କାଟି ଗ୍ରାମ ବସାଇବା ଅଭିଯୋଗରେ ଗୁଳି କରି ହତ୍ୟା କଲେ ମାଓବାଦୀ

ରାଇଘର/ଲଳିତ ସୁନାନୀ : ନବରଙ୍ଗପୁର ଜିଲ୍ଲା ରାଇଘର ଅଞ୍ଚଳରେ ମାଓବାଦୀମାନେ ଗୋଟିଏ ପରେ ଗୋଟିଏ ଜଘନ୍ୟ କାଣ୍ଡ ଘଟାଇ ଚାଲିଛନ୍ତି। ରାଇଘର ଥାନା ଅନ୍ତର୍ଗତ ନାକଟିସିମୋଡା ପଞ୍ଚାୟତ ଅନ୍ତର୍ଗତ ଲକ୍ଷ୍ମଣପୁର ଗ୍ରାମର ନାରାୟଣ ନାଗେଶ (୩୮)ଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ଜଙ୍ଗଲ କାଟି ଗ୍ରାମ ବସାଇବା ଅଭିଯୋଗରେ ତାଙ୍କୁ ମୃତ୍ୟୁଦଣ୍ଡ ଦିଆ ଯାଇଛି ବୋଲି ଘଟଣାସ୍ଥଳରେ ପଡ଼ିଥିବା ପୋଷ୍ଟରଗୁଡ଼ିକରେ ଉଲ୍ଲେଖ କରାଯାଇଛି। ଜଙ୍ଗଲ ମାଫିଆ ଅଭିଯୋଗ କରି ନାରାୟଣ ନାଗେଶଙ୍କୁ ହତ୍ୟା କରାଯାଇଛି ବୋଲି ମୈନପୁର -ନୂଆପଡ଼ା ଡିଭିଜନାଲ୍‌ କମିଟି (ମାଓବାଦୀ) ପକ୍ଷରୁ ପୋଷ୍ଟର ମାଧ୍ୟମରେ ଉଲ୍ଲେଖ କରାଯାଇଛି। ଏହି ଘଟଣା ପୁଣି ସ୍ଥାନୀୟ ଲୋକଙ୍କ ମନରେ ଭୟ ସଞ୍ଚାର କରିଛି |

ସୂଚନାଯୋଗ୍ୟ, ଗତ ମାସ ୨୩ ତାରିଖ ଦିନ ମାଓବାଦୀମାନେ ହାତୀଗାଁ ଅନ୍ତର୍ଗତ ଖାଲେପାରା ଗ୍ରାମର ଚନ୍ଦନ ମଲ୍ଲିକ (୩୫)ଙ୍କୁ ଘରୁ ଡାକି ନେଇ ହତ୍ୟା କରିଥିବା ସହିତ ଏହାର ୧୦ ଦିନ ପୂର୍ବେ ସୀମାନ୍ତ ଚାମେନ୍ଦା (ଛତିଶଗଡ଼) ଗ୍ରାମର ନାରଦ ମାର୍କମ (୪୫)ଙ୍କୁ ମଧ୍ୟ ହତ୍ୟା କରିଥିଲେ।

Related posts

ରାଜ୍ୟରେ କରୋନାଜନିତ ମୃତ୍ୟୁ ୮ରେ ପହଞ୍ଚିଛି

mahabharatanews

ପୁଣି ନିଜ ଗଡ ଦଖଲ କଲା ବିଜେଡି: ମୁଖ୍ୟମନ୍ତ୍ରୀଙ୍କୁ ଏବଂ ସହର ବାସୀଙ୍କୁ ଧନ୍ୟବାଦ ଦେଲେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ

mahabharatanews

ଆଜି ୪ ଘଣ୍ଟା ଶ୍ରୀଜିଉଙ୍କ ସାଧାରଣ ଦର୍ଶନ ବନ୍ଦ

mahabharatanews