ଓଡିଶାରାଜନୀତି

ମେ’ ୧୦ ତାରିଖରେ ଝାରସୁଗୁଡାରେ ହେବ ଉପ-ନିର୍ବାଚନ

ଭୁବନେଶ୍ୱର : ଝାରସୁଗୁଡା ଉପନିର୍ବାଚନ ପାଇଁ ତାରିଖ ଘୋଷଣା । ଆସନ୍ତା ମେ’ ୧୦ ତାରିଖରେ ଝାରସୁଗୁଡାରେ ହେବ ଉପ-ନିର୍ବାଚନ । ଏନେଇ ତାରିଖ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର । ମେ’୧୦ରେ ନିର୍ବାଚନ ହେବାକୁ ଥିବା ବେଳେ ମେ’ ୧୩ରେ ଫଳାଫଳ ପ୍ରକାଶ ପାଇବ ।

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଦେହାନ୍ତ ପରେ ଝାରସୁଗୁଡାରେ ଉପ-ନିର୍ବାଚନ ହେବ । ନବଙ୍କ ଦେହାନ୍ତ ପରେ ଝାରସୁଗୁଡା ଆସନ ଫାଙ୍କା ପଡିଛି । ସାଧାରଣ ନିର୍ବାଚନକୁ ଆଉ ମାସ କେଇଟା ବାକି ଥିବା ବେଳେ ଝାରସୁଗୁଡା ଉପ-ନିର୍ବାଚନ ସବୁ ଦଳ ପାଇଁ ଅଗ୍ନିପରୀକ୍ଷା ହେବାକୁ ଯାଉଛି । ଏପ୍ରିଲ 13 ପ୍ରକାଶ ପାଇବ ବିଜ୍ଞପ୍ତି, ପାର୍ଥି ପତ୍ର ଦାଖଲ ର ଶେଷ ତାରିଖ ଏପ୍ରିଲ 20,21 ରେ ପ୍ରାର୍ଥୀ ପତ୍ର ଯାଞ୍ଚ,24ରେ ପ୍ରାର୍ଥୀ ପତ୍ର ପତ୍ୟାହାର ଏବଂ ମେ 10ରେ ଭୋଟ ଗ୍ରହଣ,13ରେ ହେବ ଭୋଟ ଗଣତି | ନବ ଦାସଙ୍କ ଦେହାନ୍ତ ପରେ ଖାଲି ପଡିଛି ଆସନ, 42 ଟି ପଞ୍ଚାୟତ ରହିଥିବା ବେଳେ,5 ଟି ଜିଲ୍ଲାପରିଷଦ, 4 ଟି ବ୍ଲକ ଏବଂ ଗୋଟିଏ ମୁନିସିପାଲିଟିକୁ ନେଇ ଗଠିତ ଝାରସୁଗୁଡା ନିର୍ବାଚନ ମଣ୍ଡଳୀ |

୨୦୧୯ ସାଧାରଣ ନିର୍ବାଚନ ପରେ ଓଡ଼ିଶାର ଷୋଡ଼ଶ ବିଧାନସଭା ଗଠିତ ହୋଇଥିଲା। ଏହାର କାର୍ଯ୍ୟକାଳ ଶେଷ‌ ହେବାକୁ ବର୍ଷେରୁ ଅଧିକ ସମୟ ବାକି ଥିବାରୁ ଝାରସୁଗୁଡ଼ା ବିଧାନସଭା ଆସନ ପାଇଁ ଉପନିର୍ବାଚନ ହେବା ଏକ ପ୍ରକାର ନିଶ୍ଚିତ ବୋଲି କୁହାଯାଉଥିଲା। ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ୬ ମାସରୁ ଅଧିକ ଧରି କୌଣସି ବିଧାନସଭା ଆସନକୁ ଖାଲି ରଖାଯାଇ ପାରିବନାହିଁ।

Related posts

ଟ୍ରେଡ ୟୁନିଅନ ପକ୍ଷରୁ ବିକ୍ଷୋଭ

mahabharatanews

ଓଡ଼ିଶା ଷ୍ଟେଟ ବ୍ରିଗେଡ ସ୍କୁଲ ଶିଶୁ ସୈନିକ ପାଳିଲେ ଜାନୁଆରୀ 26

mahabharatanews

ବଦଳିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

mahabharatanews