ଓଡିଶାଦୁର୍ଘଟଣା

ପୁରୀ ରେଳ ଷ୍ଟେସନ୍‌ରେ ଆଜି ପୁରୀ-ଗୁଣୁପୁର ଏକ୍ସପ୍ରେସ୍‌ ଟ୍ରେନ୍‌ ଲାଇନ୍‌ଚ୍ୟୁତ

ପୁରୀ: ପୁରୀ ରେଳ ଷ୍ଟେସନରେ ଅଘଟଣ । ପୁରୀ ରେଳ ଷ୍ଟେସନ୍‌ରେ ଆଜି ପୁରୀ-ଗୁଣୁପୁର ଏକ୍ସପ୍ରେସ୍‌ ଟ୍ରେନ୍‌ ଲାଇନ୍‌ଚ୍ୟୁତ ହୋଇଛି। ପ୍ଲାଟଫର୍ମ ନମ୍ବର-୧ରେ ଟ୍ରାକରୁ ଖସି ଯିବାରୁ ସାଇଡ ହୋଇ ରହିଯାଇଛି ପାସେଞ୍ଜର ଟ୍ରେନ । ତେବେ ଏହି ଏଘଟଣ ସମୟରେ କୌଣସି ଯାତ୍ରୀ ନଥିଲେ। ତେଣୁ ଦୁର୍ଘଟଣାରେ କୌଣସି କ୍ଷୟକ୍ଷତି ହୋଇନାହିଁ।

ତେବେ ପୁରୀ-ଗୁଣୁପୁର ଏକ୍ସପ୍ରେସ୍‌ ଟ୍ରେନ୍‌ ଲାଇନ୍‌ଚ୍ୟୁତ ହେବା ଯୋଗୁଁ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଘଟଣାସ୍ଥଳକୁ ବରିଷ୍ଠ ଅଧିକାରୀଙ୍କ ସମେତ ଟେକ୍ନିକାଲ ଓ ନନ୍‌ଟେକ୍ନିକାଲ ଟିମ୍‌ ପହଞ୍ଚିଛନ୍ତି। ଲାଇନ୍‌ଚ୍ୟୁତ ହୋଇଥିବା ବଗିକୁ ଟ୍ରାକ୍‌କୁ ‌ଆଣିବା ପାଇଁ ଉଦ୍ୟମ ଜାରି ରହିଛି।

Related posts

ପୁଣି ବଢ଼ିଲା ସୁନା ଦର 

mahabharatanews

ଅକ୍ଟୋବରରୁ ଭାରତରେ ୫ଜି ସେବା

mahabharatanews

ପୂଜା ହେଲା ନୂତନ ବିରଜା ପଞ୍ଜିକା 

mahabharatanews