ଓଡିଶା

ଖାଲି ହୋଇଗଲା ମାଆର କୋଳ । କୂଅରେ ପଡି ଚାଲିଗଲା ଝିଅ ଜୀବନ

ସୁବର୍ଣ୍ଣପୁର: ସତରେ ଭଗବାନ କେଡେ ନିଷ୍ଠୁର! ଦୁନିଆକୁ ଦେବୀ ସ୍ୱରୂପା ମା ଦେଇଛନ୍ତି କିନ୍ତୁ ସେହି ମା ପାଖରୁ ତାର ଅଧିକାର ବି ଛଡେଇ ନେଉଛନ୍ତି । ଥରେ ଭାବନ୍ତୁ ୧୦ ମାସ ୧୦ ଦିନ ଗର୍ଭରେ ଧରି ଯେଉଁ ମା ପିଲାଟିକୁ ଜନ୍ମ ଦେଇଥିବ ଆଉ ତା କୋଳରୁ ଯଦି ସେ ଛୁଆଟି ଦୂରେଇ ଯିବ ତେବେ ସେ ବାପା ମାଆଙ୍କର ଧର୍ଯ୍ୟ ରହିବ ତ? କଣ ହେବ ସେମାନଙ୍କ ଅବସ୍ଥା? ହଁ ଦର୍ଶକ ବନ୍ଧୁ ଆଜି ଏମିତିକିଛି ଘଟିଛି ଯାହାକୁ ଜାଣିବା ପରେ ଆପଣଙ୍କ ଆଖିରେ ବି ଲୁହ ଆସିଯିବ । ଦୁନିଆ କଣ ଯାଣିବା ପୂର୍ବରୁ ଚାଲିଯାଇଛି ଝିଅର ଜୀବନ । ଖାଲି ହୋଇଯାଇଛି ମା’ର କୋଳ । ଏମିତି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରରେ । ସୂଚନା ଅନୁସାରେ, ଦୁଇ ଭଉଣୀ ନିଜ ଘର ପଛପଟେ ଥିବା କୂଅ ପାଖରେ ଖେଳୁଥିଲେ । ହଠାତ୍ ଦୁଇ ଭଉଣୀ ସେହି କୂଅ ଭିତରକୁ ଖସିପଡିଲେ । ତେବେ ଦୁଇ ଭଉଣୀଙ୍କର ମୃତ୍ୟୁ ହୋଇଯାଇଛି ।

ମୃତ ଦୁଇ ଭଉଣୀ ଥିଲେ ୨ ବର୍ଷର ଦିଶା ମିଶ୍ର ଏବଂ ୧ ବର୍ଷିୟ ସିଦ୍ଧିଶ୍ରୀ ଶତପଥି । ତେବେ ଦିଶା ଆଲୋକ ମିଶ୍ରଙ୍କ ଝିଅ ହୋଇଥିବା ବେଳେ ସିଦ୍ଧିଶ୍ରୀ ତାଙ୍କ ସମ୍ପର୍କୀୟ ଭଉଣୀ ଅଳକା ମିଶ୍ରଙ୍କ ଝିଅ । ସେମାନେ ଘର ନିକଟରେ ଖେଳୁଥିଲେ ଏବଂ ହଠାତ୍ କୂଅରେ ପଡ଼ିଯାଇଥିଲେ । ପରିବାର ଏ ବିଷୟରେ ଜାଣିପାରିଲେ ନାହିଁ। ତେବେ ଦୀର୍ଘ ସମୟ ଧରି ପିଲାମାନଙ୍କୁ ନ ପାଇବା ପରେ ପରିବାର ଲୋକେ ଖୋଜିବା ଆରମ୍ଭ କରିଥିଲେ। ଏହି ସମୟରେ ଦୁଇ ପିଲା କୂଅରେ ପଡ଼ିଥିବାର ନଜର ଆସିଥିଲେ। ଅଗ୍ନିଶମ ବିଭାଗକୁ ତୁରନ୍ତ ସୂଚନା ଦିଆଯାଇଥିଲା ଯାହା ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ କୂଅରୁ ଉଦ୍ଧାର କରିଥିଲା। ଉଭୟ ଶିଶୁଙ୍କୁ ବିରମହାରାଜପୁର ଡାକ୍ତରଖାନା ନିଆଯାଇଥିଲା ଏବଂ ପରେ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା ଯେଉଁଠାରେ ଡାକ୍ତରମାନେ ସେମାନଙ୍କୁ ମୃତ ଘୋଷଣା କରିଥିଲେ।

ସବୁଠୁ ଆଶ୍ଚର୍ଯ୍ୟକର କଥା ହେଉଛି ମୃତ ସିଦ୍ଧିଶ୍ରୀଙ୍କ ମାଆ ଜଣେ ନର୍ସ । ସେ ଏହି ଦୁର୍ଘଟଣା ବିଷୟରେ ଅବଗତ ନଥିଲେ । ପରେ ହଠାତ ଡାକ୍ତରଖାନାକୁ ଖବର ଆସିଲା ଯେ, ଦୁଇ ଶିଶୁଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାକୁ ଅଣାଯାଇଛି । ଏଣୁ ସେ ଶିଶୁଙ୍କ ଚିକିତ୍ସା ପାଇଁ ପ୍ରସ୍ତୁତ ହୋଇଯାଇଥିଲେ। ଦୁଇ ଗୁରୁତର ଶିଶୁ ଡାକ୍ତରଖାନା ପହଞ୍ଚିବା ପରେ ତାଙ୍କୁ ବେଡ୍‌ରେ ଶୁଆଇ ଦିଆଯାଇଥିଲା କ୍ଷ ଆଉ ନର୍ସ ଅଳକା ଶିଶୁଙ୍କ ଚିକିତ୍ସା ପାଇଁ ଆଗକୁ ଆସିଥିଲେ । ହେଲେ ଗୁରୁତର ଶିଶୁଙ୍କୁ ଦେଖିଦେବା ପରେ ତାଙ୍କ ପାଦତଳୁମାଟି ଖସିଗଲା । କାନ୍ଦବୋବାଳୀରେ ଫାଟି ପଡିଲା ପୁରା ହସ୍ପିଟାଲ । କାରଣ ସେ ଯାଣି ନଥିଲେ ଯେ, ଯାହାଙ୍କ ଚିକିତ୍ସା ପାଇଁ ସେ ଦୌଡ଼ି ଆସିଥିଲେ ସେମାନଙ୍କ ମଧ୍ୟରୁ ଜଣେ ତାଙ୍କର ବର୍ଷକର ଝିଅ ସିଦ୍ଧିଶ୍ରୀ ଓ ଅନ୍ୟ ଜଣେ ତାଙ୍କ ବଡଭାଇଙ୍କ ଦୁଇ ବର୍ଷର ଝିଅ ଦିଶା। ଏହାପରେ ଭାଙ୍ଗିପଡିଲେ ଅଳକା କାନ୍ଦି କାନ୍ଦି ଭଗବାନଙ୍କୁ ନେହୁରା ହେଉଥାନ୍ତି, ହେ ଭଗବାନ, ଏତେ ନିଷ୍ଠୁର ହୁଅନି। ମୋ ଡାକ ଶୁଣ। ମୋ ଛୁଆ ଦୁଇଟିକୁ ଭଲ କରିଦିଅ।’ । ହେଲେ ବିଧିର ବିଧାନକୁ କିଏ ଅବା ଭୁଲ ପ୍ରମାଣ କରିପାରିବ । ଡାକ୍ତର ଓ ନର୍ସଙ୍କ ସମସ୍ତ ପ୍ରଚେଷ୍ଟା ସତ୍ତ୍ୱେ ଉଭୟ ଶିଶୁ କନ୍ୟାଙ୍କୁ ବଞ୍ଚା ଯାଇ ପାରିନଥିଲା। ଶେଷରେ ଡାକ୍ତର ଶିଶୁ ଦ୍ୱୟଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର ।

Related posts

ବରଗଛରୁ ଝୁଲନ୍ତା ମୃତ ଦେହ ଉଦ୍ଧାର

mahabharatanews

ହାତ ମିଳାଇଲେ କେନ୍ଦ୍ର ଓ ରାଜ୍ୟ ସରକାର

mahabharatanews

ମେଗା ଜଳ ପ୍ରକଳ୍ପ ଓଭରହେଡ୍ ଟ୍ୟାଙ୍କର ଉପରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

mahabharatanews