ବାଣପୁର/ ଚାଣକ୍ୟ ମିଶ୍ର: ଦିନକୁ ଦିନ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି ତେଣୁ ରାଜ୍ୟ ସରକାର ଏହି ଆକସ୍ମିକ ଦୁର୍ଘଟଣା ଜନିତ ମୃତ୍ୟୁ ରୋକିବାକୁ ‘ଜିରୋ ଫାଟାଲିଟ ଉଇକ୍’ ପାଳନ କରୁଛନ୍ତି କ୍ଷ ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଓ ବାଲୁଗାଁର ବିଭିନ୍ନ ସ୍ଥାନରେ ଚାଲିଛି ଚଢାଉ। ରାସ୍ତା ସାରା ବିଛେଇ ହୋଇପଡିଛନ୍ତି ପୋଲିସ ଏବଂ ଆରଟିଓ କର୍ମଚାରୀ । ହେଲମେଟ, ଗାଡି କାଗଜପତ୍ର, ସିଟ ବେଲଟ, ମଦ ପିଇ ଗାଡିଚାଳନା, ବାଇକରେ ତିନିଜଣିଆ ଯାତ୍ରୀ ଏବଂ ନାବାଳକ ଡ୍ରାଇଭରକୁ ଉଭୟ ବିଭାଗ ଗୋଡାଇ ଗୋଡାଇ ଧରିବାରେ ଲାଗିଛି। ପୂର୍ବାହ୍ନରୁ ରାତ୍ରି ପର୍ୟ୍ୟନ୍ତ ବାଣପୁର ଓ ବାଲୁଗାଁ ପୋଲିସର ସହଯୋଗରେ ଆରଟିଓ ବିଭିନ୍ନ ସ୍ଥାନରେ ମିଳିତ ଚଢ଼ାଉ କରିଥିଲା କ୍ଷ ଏହି ପରିପ୍ରେକ୍ଷୀରେ ବାଲୁଗାଁ ଥାନା ଅଞ୍ଚଳରୁ ୨ ଲକ୍ଷ ୫ ହଜାର ଟଙ୍କାର ମିଳିତ ଫାଇନ ଆଦାୟ ହୋଇଥିବା ଜଣାଯାଇଛି କ୍ଷ ବାଲୁଗାଁ ପୋଲିସ ଦୁଇ କଲେଜ ଛାତ୍ରଙ୍କ ବାଇକ ଜବତ କରିବା ସହ ସେମାନଙ୍କ ଅଭିଭାବକମାନଙ୍କ ଉପରେ ପଚାଶ ହଜାର ଟଙ୍କାର ଫାଇନ ପକାଯାଇଥିବା ଆଇଆଇସି ରଶ୍ମିରଞ୍ଜନ ଦାସ ସୂଚନା ଦେଇଛନ୍ତି କ୍ଷ ଉକ୍ତ ଚଢ଼ାଉରେ ଭୁବନେଶ୍ୱର ଆରଟିଓ ପକ୍ଷରୁ କନିଷ୍ଠ ମୋଟରଜାନ ନିରୀକ୍ଷକ ପ୍ରମୋଦ ସିଂହ ଏବଂ ବାଲୁଗାଁ ପୋଲିସ ସାମିଲ ଥିଲା କ୍ଷ ବାଣପୁର ପୋଲିସ ଓ ଖୋର୍ଦ୍ଧା ଆରଟିଓ ତରଫରୁ ଚଢ଼ାଉ କରାଯାଇ ୨ଲକ୍ଷ ୯୦ହଜାର ଟଙ୍କା ଫାଇନ ଆଦାୟ କରିଛି କ୍ଷ ଉକ୍ତ ଚଢ଼ାଉରେ ବାଣପୁର ପୋଲିସ ସବ ଇନ୍ସପେକ୍ଟର ଆରଏନ ଗୌଡ଼, ଏଏସଆଇ ଲଷ୍ମୀଧର ପଣ୍ଡା, ହାବିଲଦାର ବିକେ ବେହେରା ସାମିଲ ଥିବାବେଳେ ଖୋର୍ଦ୍ଧା ଆରଟିଓ ତରଫରୁ ସବ ଇନ୍ସପେକ୍ଟର ତୃପ୍ତିରେଖା ଜେନା ଓ କନଷ୍ଟେବଳ ପୁଷ୍କର ସାମନ୍ତରାୟ ସାମିଲ ଥିଲେ କ୍ଷ
