ଓଡିଶା

ଜାତୀୟ ପଞ୍ଚାୟତ ପୁରସ୍କାର ୨୦୨୩ରେ ଗଞ୍ଜାମ ଜିଲ୍ଲା ତଥା ହିଞ୍ଜିଳି ବ୍ଲକକୁ ଶ୍ରେଷ୍ଠ ପୁରସ୍କାର

ଭୁବନେଶ୍ୱର: ଜାତୀୟ ପଞ୍ଚାୟତ ପୁରସ୍କାର ୨୦୨୩ରେ ଓଡ଼ିଶା ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଗଞ୍ଜାମ ଦେଶର ‘ଶ୍ରେଷ୍ଠ ଜିଲ୍ଲା ପଞ୍ଚାୟତ’ ଓ ହିଞ୍ଜିଳିକାଟୁ ‘ଶ୍ରେଷ୍ଠ ବ୍ଲକ ପଞ୍ଚାୟତ’ ଘୋଷିତ ହୋଇଛି। ଅପ୍ରେଲ ୧୭ରେ ମାନ୍ୟବର ରାଷ୍ଟ୍ରପତି ଏହି ସମ୍ମାନରେ ସମ୍ମାନିତ କରିବାକୁ ଯାଉଛନ୍ତି। ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ବିକାଶ ପୁରସ୍କାରର ୯ଟି ବିଭାଗରେ ବିଜେତା ଘୋଷଣା କରାଯାଇଛି। ହିଞ୍ଜିଳି ବ୍ଲକର କଞ୍ଚୁରୁ ପଞ୍ଚାୟତ ଦେଶର ଦ୍ବିତୀୟ ଶ୍ରେଷ୍ଠ ସୁସ୍ଥ ପଞ୍ଚାୟତ ଘୋଷିତ ହୋଇଛି। ସେହିପରି ଶାସନ ଆମ୍ବଗାଁ ହୋଇଛି ଦ୍ବିତୀୟ ଶ୍ରେଷ୍ଠ ସ୍ବଚ୍ଛ ଓ ସବୁଜ ପଞ୍ଚାୟତ।

ସାମାଜିକ ସୁରକ୍ଷା ଦୃଷ୍ଟିରୁ ଭଞ୍ଜନଗର ବ୍ଲକ୍ ଅନ୍ତର୍ଗତ କୁଲାଡ଼ ଦେଶର ଦ୍ବିତୀୟ ଶ୍ରେଷ୍ଠ ପଞ୍ଚାୟତ ଭାବେ ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇଛି। ସ୍ବତନ୍ତ୍ର ବର୍ଗର ପୁରସ୍କାର ତାଲିକାରେ ପାତ୍ରପୁର ବ୍ଲକ୍ ଆଙ୍କୁଲି ଗ୍ରାମ ପଞ୍ଚାୟତ ଦ୍ଵିତୀୟ ଶ୍ରେଷ୍ଠ ଉର୍ଜା ସ୍ବରାଜ ବିକାଶ ପଞ୍ଚାୟତ ଭାବେ ବିବେଚିତ ହୋଇଛି। ଅଞ୍ଚଳବାସୀ ଏହାର ଶ୍ରେୟ ପ୍ରଶାସନିକ ଅଧିକାରୀ ଓ କର୍ମଚାରୀ, ନିର୍ବାଚିତ ପଞ୍ଚାୟତ ପ୍ରତିନିଧିଙ୍କୁ ଦେଇଛନ୍ତି।

Related posts

କପ୍ତିପଦା ଉପଖଣ୍ଡରେ ୭୪ ତମ ସ୍ୱାଧୀନତା ଦିବସ ପାଳିତ

mahabharatanews

ବନ୍ଧୁକ ମୁନରେ ୨ ଫାଇନାନ୍ସ କର୍ମଚାରୀଙ୍କୁ ଲୁଟିଲେ ଦୁର୍ବୃତ୍ତ

mahabharatanews

ପବିତ୍ର ଜନ୍ମାଷ୍ଟମୀ ଅବସରରେ ନୟାପଲ୍ଲୀରେ ବୃକ୍ଷରୋପଣ

mahabharatanews