ପାଣିପାଗ

ଚଳିତ ବର୍ଷ ସାରାଦେଶରେ ୯୬ ପ୍ରତିଶତ ହେବ ମୌସୁମି ବର୍ଷା

ନୂଆଦ୍ୱୀଲ୍ଲି: ଚଳିତ ବର୍ଷ ହେବ ସ୍ୱାଭାବିକ ମୌସୁମି ବର୍ଷା । ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଏହି ଆଶ୍ବସ୍ତିକର ଖବର ଦେଇଛନ୍ତି । ଆକଳନ ଅନୁଯାୟୀ ଚଳିତ ବର୍ଷ ସାରାଦେଶରେ ୯୬ ପ୍ରତିଶତ ହେବ ମୌସୁମି ବର୍ଷା । ତେବେ ଉପଦ୍ବୀପ ଅଞ୍ଚଳରେ ବର୍ଷାର ପରିମାଣ ଅଧିକ ରହିବ । ଏବେ ଲାନିନୋ ବର୍ଷ ଶେଷ ହେବା ପରେ ଏବେ ନ୍ୟୁଟ୍ରାଲ କଣ୍ଡିସନ ଚାଲିଛି । ମୌସୁମୀର ଦ୍ବିତୀୟାର୍ଦ୍ଧରେ ଏଲନିନୋ ପ୍ରଭାବ ରହିବ । ବର୍ଷାର ପରିମାଣ ପ୍ରଭାବିତ ହେବ ବୋଲି କହିଛନ୍ତି ଆଇଏମଡି ଡିଜି । ୯୬ରୁ ୧୦୪ ପ୍ରତିଶତ ବର୍ଷାକୁ ସ୍ବାଭାବିକ ବର୍ଷା ବୋଲି କୁହାଯାଏ । ଏଥର ମଧ୍ୟ ପ୍ଲସ ମାଇନସ ୫ ପ୍ରତିଶତ ରହିବ । ଏବେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବାହ ପାଇଁ ପଜିଟିଭ କଣ୍ଡିସନ ରହିଛି ବୋଲି କହିଛନ୍ତି ଆଇଏମଡି ଡିଜି ।

Related posts

ଆଜି ରାଜ୍ୟର ୯ଟି ସହରର ତାପମାତ୍ରା ୧୪ ଡିଗ୍ରି ତଳେ

mahabharatanews

ବଙ୍ଗୋପସାଗରରେ ସୃଷ୍ଟି ହେଲା ଆଉ ଏକ ଲଘୁଚାପ

mahabharatanews

ହ୍ରାସ ପାଇଲା ଚିଲିକା ହ୍ରଦକୁ ବିଦେଶୀ ପକ୍ଷୀଙ୍କ ଆଗମନ ସଂଖ୍ୟା

mahabharatanews