ଓଡିଶା

ଦରଦୀମଣିଷ ଥିଲେ ଗୁରୁପଦ ନନ୍ଦ ସୁପ୍ନେଶ୍ୱର୍ ବାଳାଶ୍ରମରେ ଜୟନ୍ତୀ ଉତ୍ସବ ପାଳିତ

ସାଲେପୁର: ଓଡ଼ିଶା ବିଧାନସଭାର ପୂର୍ବତନ ମୁଖ୍ୟ ସଚେତକ,ରାଉରକେଲାର ପ୍ରାକ୍ତନ ବିଧାୟକ ,ବିଶିଷ୍ଟ ସମବାୟବିତ୍ ତଥା ସମାଜସେବୀ ସ୍ବର୍ଗତ ଗୁରୁପଦ ନନ୍ଦଙ୍କ ୭୯ ତମ ଜୟନ୍ତୀ ଉତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି।ତାଙ୍କ ଦ୍ଵାରା ପ୍ରତିଷ୍ଠିତ ସାଲେପୁର ବ୍ଲକ ରଟିଲୋ ପଞ୍ଚାୟତ ବୋଇଲୋସ୍ଥିତ ସ୍ୱପ୍ନେଶ୍ଵର ବାଳାଶ୍ରମରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ସାଲେପୁର ବ୍ଲକ ଆତ୍ମା ସଭାପତି ଦିଲ୍ଲୀପ ଦାଶ ଯୋଗ ଦେଇ ଗୁରୁପଦ ବାବୁ ଜଣେ ଜନପ୍ରିୟ ନେତା ଓ ଦରଦୀ ମଣିଷ ଥିଲେ ମତବ୍ୟକ୍ତ କରିଥିଲେ।ଏଥିସହ ବାଳା ଶ୍ରମ ର ଅଧିକ ବିକାଶ ହେଲେ ସ୍ବର୍ଗତ ନନ୍ଦଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ଶ୍ରୀ ଦାଶ ମତପ୍ରକାଶ କରିଥିଲେ।ସ୍ବର୍ଗତ ନନ୍ଦଙ୍କ ବଡ଼ ପୁଅ ଯୁବ ସମାଜସେବୀ ରୋମିଓ କାନ୍ତ ନନ୍ଦଙ୍କ ପ୍ରତେକ୍ଷ ତତ୍ତ୍ଵାବଧାନରେ ଆୟୋଜିତ କାର୍ୟ୍ୟକ୍ରମ ହୋଇ ଥିଲା। ମୁଖ୍ୟ ବକ୍ତା ଭାବେ ସମାଜସେବୀ ଦିଲ୍ଲୀପ ଦାଶ,ସମ୍ମାନିତ ଅତିଥି ଭାବେ ସାମ୍ବାଦିକ ଶାରଦା ପ୍ରସନ୍ନ ପଣ୍ଡା, ଯୋଗ ଦେଇ ଥିଲେ।

Related posts

ବ୍ରହ୍ମପୁରା ଫାର୍ମହାଉସର ଉନ୍ନତିକରଣ ପାଇଁ ବଡମ୍ବା ବିଧାୟକଙ୍କ ସମୀକ୍ଷା

mahabharatanews

ଆଜିଠୁ କାର୍ତ୍ତିକ ବ୍ରତ; ଶ୍ରୀକ୍ଷେତ୍ରରେ ଗହଳିଚହଳି

mahabharatanews

ପ୍ରଧାନମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିକୁ ଦାନ କଲେ ରାଜ୍ୟପାଳ

mahabharatanews