ସ୍ୱାସ୍ଥ୍ୟ

ବଢିବାରେ ଲାଗିଛି କରୋନା ଜନିତ ମୃତ୍ୟୁ ସଂଖ୍ୟା , ୩୮ ଜଣଙ୍କ ଜୀବନ ନେଲାଣି କରୋନା ସଂକ୍ରମଣ

ନୂଆଦିଲ୍ଲୀ: ଦେଶରେ କୋଭିଡ୍-୧୯ ସଂକ୍ରମଣ ସଂଖ୍ୟା ୧୦,୦୦୦ ଉପରେ ଥିବାବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୬୩,୦୦୦
ପାର ହୋଇଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି । ୨୪ ଘଣ୍ଟା ମଧ୍ୟରେ ୧୦,୫୪୨ କରୋନା ନୂତନ ସଂକ୍ରମଣ ରେକର୍ଡ କରାଯାଇଥିବା ବେଳେ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୪,୪୮,୩୪,୫୮୯ରେ ପହଞ୍ଚିଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁଯାୟୀ ୨୪ ଘଣ୍ଟାରେ ୩୮ଟି ମୃତ୍ୟୁ ମରୋନା ଜନିତ ମୃତ୍ୟୁ ହୋଇଥିବା ବେଳେ ମୃତ୍ୟୁସଂଖ୍ୟା ୫,୩୧,୧୯୦କୁ ବୃଦ୍ଧି ପାଇଛି। ସେହିପରି ଦେଶରେ ମୋଟ ୪,୪୨,୫୦,୬୪୯ ଆକ୍ରାନ୍ତ ସୁସ୍ଥୂ ହୋଇଥିବା ସୂଚନା ରହିଛି । ତେବେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୨,୨୦,୬୬,୨୭,୭୫୮ହିତାଧିକାରୀଙ୍କୁ ଟିକା ଦିଆଯାଇଥିବା ବେଳେ ‘ଆଇସିଏମ୍ଆର୍’ ରିପୋର୍ଟ ଅନୁସାରେ, ୦୨,୪୦,୦୧୪ଟି ନମୁନା ପରୀକ୍ଷା କରାଯାଇଛି ।

Related posts

ଡାକ୍ତରଙ୍କ ଆନ୍ଦୋଳନ ରୋକିବାକୁ ସରକାରଙ୍କ ବଡ଼ ପଦକ୍ଷେପ

mahabharatanews

ନିଶ୍ଚିତ ମୃତ୍ୟୁ ମୁଖରୁ ଶିଶୁ କନ୍ୟା କୁ ନୂଆ ଜୀବନ ଦେଇଥିବାରୁ ଡାକ୍ତରଙ୍କୁ ସ୍ବାସ୍ଥ୍ୟମନ୍ତ୍ରୀ କରିଲେ ସମ୍ବର୍ଦ୍ଧିତ

mahabharatanews

ଦେଶରେ ହ୍ରାସ ପାଉଛି କରୋନା ସଂକ୍ରମଣ; ୧୨, ୭୫୧ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews