ଓଡିଶା

ରଥଯାତ୍ରା ସମୟରେ ବିପର୍ଯ୍ୟୟ ପରିଚାଳନା ବୈଠକ

ପୁରୀ/ ଜୟନ୍ତ କୁମାର ସେଠି: ବିଶ୍ୱ ପ୍ରସିଦ୍ଧ ପୁରୀର ରଥଯାତ୍ରା । ଏଥିରେ ଲକ୍ଷ ଲକ୍ଷ ଲୋକଙ୍କ ସମାଗମ ଘଟିଥାଏ । ଏହାକୁ ସୁଚାରୁରୂପେ ପରିଚାଳନା ପାଇଁ ପ୍ରଶାସନ ଗୁରୁ ଦାୟିତ୍ୱ ବହନ କରିଥାଏ। ତେଣୁ ରଥଯାତ୍ରା ସମୟରେ କୌଣସି ବିପର୍ୟ୍ୟୟର ମୁକାବିଲା ପାଇଁ ପ୍ରସ୍ତୁତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ। ଆଜି ଅପରାହ୍ନରେ ସର୍କିଟ ହାଉସ ଠାରେ ଜିଲ୍ଲା ଜରୁରୀ ବିଭାଗ ପକ୍ଷରୁ ବିପର୍ୟ୍ୟୟ ର ମୁକାବିଲା ନିମିତ୍ତ ଏକ ଏସ ଓ ପି ବା ମାନକ କାର୍ୟ୍ୟ ପ୍ରଣାଳୀ ସମ୍ପର୍କରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲ୍ଲାପାଳ ଶ୍ରୀ ସାହୁ ଅଧ୍ୟକ୍ଷତା କରି ଅତିରିକ୍ତ ବିପର୍ୟ୍ୟୟ ମୁକାବିଲାରେ ସମସ୍ତ ବିଭାଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି କହିଛନ୍ତି । ବିପର୍ୟ୍ୟୟର ପୂର୍ବ, ବିପର୍ୟ୍ୟୟ ସମୟ ଓ ବିପର୍ୟ୍ୟୟ ପରବର୍ତ୍ତୀ ମୁକାବିଲା ପାଇଁ ପ୍ରସ୍ତୁତି କୁ ଚୁଡାନ୍ତ କରିବାକୁ ସେ ପରାମର୍ଶ ଦେଇଥିଲେ। ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା, ପାନୀୟ ଜଳ ଯୋଗାଣ, ବିଦ୍ୟୁତ ଯୋଗାଣ, ପରିବହନ, ରାସ୍ତା ଘାଟ ମରାମତି ଓ ଉନ୍ନତି କରଣ, ପାର୍କିଂ ବ୍ୟବସ୍ଥା, ଆଇନ ଶୃଙ୍ଖଳା ବ୍ୟବସ୍ଥା, ସୂଚନା କେନ୍ଦ୍ର, ସାସ୍କୃତିକ କାର୍ୟ୍ୟକ୍ରମ ବ୍ୟବସ୍ଥା, ସ୍ୱଛାସେବୀ ନିୟୋଜନ, ଶିଶୁ ସୁରକ୍ଷା, ପର୍ୟ୍ୟଟନ, ଅଗ୍ନି ନିର୍ବାପକ ଓ ଅନ୍ୟାନ୍ୟ ବ୍ୟବସ୍ଥା ଇତ୍ୟାଦି ସମ୍ପର୍କରେ ଆଲୋଚନା କରାଯାଇ ସମ୍ପୃକ୍ତ ବିଭାଗ ମାନେ ଉପଯୁକ୍ତ କାର୍ୟ୍ୟ ଯୋଜନା ପ୍ରସ୍ତୁତ କରିବାକୁ ପରାମର୍ଶ ଦିଆଯାଇଥିଲା। ଏହି କାର୍ୟ୍ୟକ୍ରମରେ ଜିଲ୍ଲା ଜରୁରୀ ବିଭାଗ ଡେପୁଟି କଲେକ୍ଟର ଜିତେନ୍ଦ୍ର ପାତ୍ର ସମସ୍ତଙ୍କୁ ସ୍ୱାଗତ କରିବା ସହ ସମସ୍ତ କାର୍ୟ୍ୟ ରେ ସହଯୋଗ ପାଇଁ ଅନୁରୋଧ କରିଥିଲେ। ଏଥିରେ ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ।

Related posts

ଭାଲୁ ଆକ୍ରମଣରେ ଜଣେ ମୃତ ଅଭିଯୋଗ , ସରକାରୀ ସହାୟତା ଦାବି କଲେ ପରିବାର

mahabharatanews

ଜାଣନ୍ତୁ କୁମାର ପୂର୍ଣ୍ଣିମାରେ ଚନ୍ଦ୍ର ଗ୍ରହଣର ସ୍ପର୍ଶ ସମୟ

mahabharatanews

ପଦ୍ମପୁର ଉପ ନିର୍ବାଚନ ନେଇ ଆଜି ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି

mahabharatanews