Uncategorized

ଟ୍ରେନ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବଡଝରା ଗାଁ ନିକଟରେ ଟ୍ରେନ ଧକ୍କା ରେ ଜଣେ ବୃଦ୍ଧ ଙ୍କ ମୃତ୍ୟୁ ହୋଇଛି ।ମୃତ ବୃଦ୍ଧ ଜଣଙ୍କ ହେଉଛନ୍ତି ବଡଝରା ଗ୍ରାମର ସାରଙ୍ଗ ସାହୁ । ସୂଚନା ମୁତାବକ ସାରଙ୍ଗ ଗତ କାଲି ଅପରାହ୍ନ ରୁ ଘରୁ ବାହାରି କେଉଁଆଡେ ଚାଲି ଯାଇଥିବା ବେଳେ, ପରିବାର ଲୋକ ତାଙ୍କ ସନ୍ଧାନ ପାଇନଥିଲେ । ତେବେ ବହୁ ଖୋଜାଖୋଜି ପରେ ଗାଁ ନିକଟସ୍ଥ ଟ୍ରେନ ଲାଇନ ନିକଟରେ ତାଙ୍କ କ୍ଷତ ବିକ୍ଷତ ମୃତ ଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ ।ଏ ନେଇ ପୋଲିସ କୁ ଜଣାଇବା ପରେ, ଘଟଣା ସ୍ଥଳରେ ପୋଲିସ ପହଂଚି ମୃତ ଦେହ ଉଦ୍ଧାର କରି ଶବ ବ୍ୟବଛେଦ ପାଇଁ ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ପଠାଇ ଅଧିକ ତଦନ୍ତ ଜାରି ରଖିଛି ।

 

Related posts

ଖାଲଖମାରେ ଭର୍ତ୍ତି ଜୟପାଟଣା ବଡକର୍ଲାକୋଟ ପ୍ରଧାନମନ୍ତ୍ରୀ ସଡକ ମରାମତି ଦାବି

mahabharatanews

ଅଡୁଆରେ ଜଗନ ମୋହନ, ହତ୍ୟା ଅଭିଯୋଗ ଆଣିଲେ ଭଉଣୀ

mahabharatanews

ଏସଆଇ ନିଯୁକ୍ତି ମହା କେଳେଙ୍କାରୀ, ଗୁମର ଖୋଲୁଛି ସିବିଆଇ ଟିମ

mahabharatanews