ଓଡିଶାପାଣିପାଗ

କାଳବୈଶାଖୀ ପରେ ୨୬ ରୁ ପଶ୍ଚିମା ଝଡ଼

ଭୁବନେଶ୍ୱର :ଏବେ ରାଜ୍ୟରେ ୪-୫ ଦିନ ବର୍ଷ ଜାରି ରହିଥିବା ବେଳେ ଆସନ୍ତା ୨୬ରୁ ରାଜ୍ୟରେ ପଶ୍ଚିମା ଝଡର ପ୍ରଭାବ ଦେଖାଯିବ ।ଏହା ଉତ୍ତର-ପୂର୍ବ ବାଂଲାଦେଶ ଓ ଏହାର ପାଖାପାଖି ଅଞ୍ଚଳରେ ସୃଷ୍ଟି ହୋଇଛି ।ଏହାରୀ ପ୍ରଭାବରେ ପାଗ ମେଘୁଆ ରହିିବ । ରାଜ୍ୟକୁ ପ୍ରବେଶ କରୁଥିବା ଜଳୀୟବାଷ୍ପପୂର୍ଣ୍ଣ ବାୟୁ ପ୍ରଭାବରେ ଆଜି ଘଡ଼ଘଡ଼ି ବିଜୁଳି ସହିତ ବର୍ଷା ପାଇଁ ଦକ୍ଷିଣ ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାକୁ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଗତ କିଛି ଦିନ ହେବ ରାଜ୍ୟରେ କାଳବୈଶାଖୀ ଜନିତ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଲାଗି ରହିଛି। ଆଗକୁ ପୁଣି ପଶ୍ଚିମା ଝଡ଼ ଯୋଗୁଁ ବର୍ଷା ହେବା ସମ୍ଭାବନା ରହିଛି। ତେଣୁ ଚଳିତ ସପ୍ତାହ ଶେଷ ଯାଏ ବିଶେଷ ଗରମ ହେବାର ସମ୍ଭାବନା ନାହିଁ। ଗୁରୁବାର ବର୍ଷାର ପରିମାଣ ବୃଦ୍ଧି ହେବାର ସମ୍ଭାବନା ରହିଛି। ଗୁରୁବାର ଅନେକ ସ୍ଥାନରେ କୁଆପଥର ମାଡ଼ ସହ ବର୍ଷା ପବନ ହେବା ନେଇ ପାଣିପାଗ କେନ୍ଦ୍ର ସୂଚନା ଦେଇଛି।ଆଜ ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ନବରଙ୍ଗପୁର, ରାୟଗଡ଼ା, କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗିର ଓ କନ୍ଧମାଳ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଆଶଙ୍କା ରହିଛି।ଏହି ସବୁ ଜିଲ୍ଲାରେ ୪୦-୫୦ କିମି ବେଗରେ ପବନ ବହିବାର ସମ୍ଭାବନା ଅଛ ।ବୁଧୁବାର ମଧ୍ୟ ସମାନ ସ୍ଥିତି ସେଖାଯିବାର ଆସଙ୍କା ରହିଛି ।ସେହିପରି ଗୁରୁବାର ଅନେକ ସ୍ଥାନରେ କୁଆପଥର ମାଡ଼ ସହ ବର୍ଷା ପବନ ହେବା ନେଇ ପାଣିପାଗ କେନ୍ଦ୍ର

Related posts

ବୋଟରୁ ତେଲ ଚୋରି କରି ୩ ଗିରଫ

mahabharatanews

ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀ ନିବାସର ଭିତ୍ତି ପ୍ରସ୍ତର ଶିଳାନ୍ୟାସ ଅନୁଷ୍ଠିତ

mahabharatanews

କଙ୍ଗାରୁ କୋର୍ଟକରି ମାଡ ମାରିଥିବା ଘଟଣାରେ ୮ ଜଣଙ୍କୁ କୋର୍ଟ ଚାଲାଣ

mahabharatanews