ଓଡିଶା

ରାଜ୍ୟରେ ଆଉ ୪ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ପରେ ମୃତ୍ୟୁସଂଖ୍ୟା ୫୬ରେ ପହଞ୍ଚିଲା

ଭୁବନେଶ୍ବର : ଆଜି ରାଜ୍ୟରେ ଆଉ ୪ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଫଳରେ ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୫୬ରେ ପହଞ୍ଚିଛି । ଆଜି ୪ ଜଣ ମୃତକ ଗଞ୍ଜାମ ଜିଲାର ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ସୂଚନା । ଏହାପରେ ଗଞ୍ଜାମ ଜିଲାରେ କରୋନା ମୃତ୍ୟୁ ସଂଖ୍ୟା ୩୪ ହୋଇଛି।
ଆଜି ମୃତ୍ୟୁବରଣ କରିଥିବା ୪ ଜଣଙ୍କ ମଧ୍ୟରୁ ଜଣେ ୪୧ ବର୍ଷୀୟ ବ୍ୟକ୍ତି ଏବଂ ଅନ୍ୟ ଜଣେ ୫୮ବର୍ଷୀୟ ବ୍ୟକ୍ତି ରହିଛନ୍ତି। ଉଭୟ ମୃତକ ଉଚ୍ଚ ରକ୍ତଚାପ ରୋଗରେ ଆକ୍ରାନ୍ତ ସହ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। ସେହିପରି କରୋନାରେ ଜଣେ ୪୮ ଓ ୩୨ ବର୍ଷୀୟ ବ୍ୟକ୍ତି ମୃତ୍ୟୁବରଣ କରିଛନ୍ତି । ସେମାନେ ମଧୁମେହ ରୋଗ ସହ କରୋନାରେ ଆକ୍ରାନ୍ତ ଥିଲେ।
ଅନ୍ୟପଟେ ରାଜ୍ୟରେ ଆଜି ଦୁଇ ଜଣ କରୋନା ଆକ୍ରାନ୍ତଙ୍କ ଅନ୍ୟରୋଗ କାରଣରୁ ମୃତ୍ୟୁ ହୋଇଛି। ଦୁଇ ଜଣ ମୃତକଙ୍କ ମଧ୍ୟରୁ ଭଦ୍ରକ ଜିଲାର ହୋଇଥିବା ବେଳେ ଅନ୍ୟ ଜଣେ ସୁନ୍ଦରଗଡ ଜିଲାର । ଏହି ଦୁଇ ଜଣ କରୋନା ଆକ୍ରାନ୍ତଙ୍କ କ୍ୟାନସରରେ ମୃତ୍ୟୁ ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି।

Related posts

ଆଜିଠୁ ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମେଳା

mahabharatanews

କଟିକଟା ଠାରେ ଅଜଣା ଗାଡ଼ି ଧକ୍କାରେ ସାଇକେଲ ଆରୋହୀଙ୍କ ମୃତ୍ୟୁ

mahabharatanews

ରାଜ୍ୟରେ ୨୪ ଘଣ୍ଟାରେ ଆଉ ୫୨୭ ସଂକ୍ରମିତ ଚିହ୍ନଟ

mahabharatanews