ଓଡିଶାଦୁର୍ଘଟଣା

ବଜ୍ରପାତରେ ଚାଲଇଗଲା ଦୁଇ ଭାଇଙ୍କ ଜୀବନ

କଳାହାଣ୍ଡି /ଗୋଲାପ ସାହୁ : ତରଭୁଜ ବାଡି ହେଲା ଯମର ଦୁଆର । କିଏ ବା ଯାଣିଥିଲା ଏମିତି ବି ହୋଇଯିବ ଅକାଳ ବିୟୋଗ । ବଜ୍ରପାତ ନେଇଯାଉଛି ଦୁଇ ଭାଇଙ୍କ ଜୀବନ । କଳାହାଣ୍ଡି ଜିଲ୍ଲା କଲମପୁର ଥାନା ଅନ୍ତର୍ଗତ ମାଟିଖାଲ ଗ୍ରାମରେ ଘଟିଛି ଏଭଳି ଅଭାବନିୟ ଘଟଣା । ଭଜନ ଦଳପତି ଓ ପଙ୍କଜ ଦଳପତି ଦୁଇ ଭାଇଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି । ସୂଚନା ଅନୁଯାଇ କାଳ ବୈଶାଖୀ ପ୍ରଭାବରେ ପବନ ସାଙ୍ଗକୁ ବର୍ଷା ହୋଇଥିଲା। ସେହି ସମୟରେ କାମ ସରି ବର୍ଷା ହେବାଯରୁ ଉଭୟ ଦୁଇ ଭାଇ ତାଙ୍କ ତରଭୁଜ ବାଡ଼ିରେ ଥିବା କୁଡ଼ିଆରେ ବସି ରହିଥିଲେ। ଏହି ସମୟରେ ସିଧା ସଳଖ କୁଡ଼ିଆରେ ବଜ୍ରପାତ ହେବା ଫଳରେ କୁଡ଼ିଆ ଜଳି ଯିବା ସହ ଉଭୟ ଦୁଇ ଭାଇଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି । ଉଭୟଙ୍କୁ ଗାଡ଼ିରେ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଛି। ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଶବକୁ ଯାଞ୍ଚ କରିବା ପରେ ବ୍ୟବଚ୍ଛେଦ ପାଇଁ ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଛି ।

Related posts

ଅସ୍ତ୍ର ଛାଡ଼ି ମାଓବାଦୀଙ୍କୁ ଆତ୍ମସମର୍ପଣ କରିବାକୁ ପୂର୍ବତନ ମାଓ କମାଣ୍ଡର ବେଣୁ ଗୋପାଳ ଭୂପତିଙ୍କ ଅପିଲ

mahabharatanews

ରେଳ ଷ୍ଟେସନରେ ମାଓ ପୋଷ୍ଟର

mahabharatanews

ପରଲୋକରେ ଅବସରପ୍ରାପ୍ତ ଆଇପିଏସ ଅଧିକାରୀ ଅନାଦି ଚରଣ ସାହୁ 

mahabharatanews