ଓଡିଶା

ପରଲୋକରେ ଅବସରପ୍ରାପ୍ତ ଆଇପିଏସ ଅଧିକାରୀ ଅନାଦି ଚରଣ ସାହୁ 

(ଭୁବନେଶ୍ୱର)  : ପରଲୋକରେ ପୂର୍ବତନ ସାଂସଦ ତଥା ଅବସରପ୍ରାପ୍ତ ଆଇପିଏସ ଅଧିକାରୀ ଅନାଦି ଚରଣ ସାହୁ । କଟକର ସିଡିଏ ସ୍ଥିତ ବାସଭବନରେ ୮୪ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଯାଇଛି । ତେବେ ସେ ୧୯୯୬ ସାଧାରଣ ନିର୍ବାଚନରେ ପ୍ରଥମ ବରିଷ୍ଠ ଆଇପିଏସ ଅଫିସର ଭାବେ କଟକ ଲୋକସଭା ଆସନରୁ ପ୍ରତିଦ୍ବନ୍ଦ୍ବିତା କରିଥିଲେ।  ତାଙ୍କର ବିୟୋଗରେ ଶୋକର ଛାୟା ଖେଳିଯାଇଛି ।

 ସୂଚନାନୁଯାୟୀ , ୧୯୯୯ ମସିହାରେ ବ୍ରହ୍ମପୁର ଲୋକସଭା ଆସନରୁ ବିଜେପି ଟିକେଟରେ ନିର୍ବାଚିତ ହୋଇଥିଲେ ଅନାଦି । ପୁଲିସ ବିଭାଗର ଆଇଜି ପଦବିରେ କାର୍ଯ୍ୟ କରୁଥିବା ଶ୍ରୀ ସାହୁ ସେହି ବର୍ଷ ଚାକିରିରୁ ଇସ୍ତଫା ଦେଇ କଂଗ୍ରେସ ପ୍ରାର୍ଥୀ ଭାବେ କଟକ ଲୋକସଭା ଆସନରୁ ପ୍ରତିଦ୍ବନ୍ଦ୍ବିତା କରିଥିଲେ।

Related posts

ଚତୁର୍ଥ ଦିବସରେ ବାଲୁକା ମାଧ୍ୟମରେ କ୍ରୀଡ଼ା ଓ ଗେମ୍ର ବାର୍ତ୍ତା

mahabharatanews

ଆଗାମୀ ୨ରୁ ୩ ଦିନ ପାଗ ଶୁଖିଲା ରହିବା ସହ ବଢିବ ତାପମାତ୍ରା

mahabharatanews

 ପୁଞ୍ଜିଲାଲକୁ ଜେଲରେ ମାଡ ଅଭିଯୋଗ

mahabharatanews