ଓଡିଶା

ଵୀର ଶହୀଦ ଗଙ୍ଗା ନାରାୟଣ ସିଂଙ୍କ ୨୨୩ ତମ ଜନ୍ମ ଜୟନ୍ତୀ ସମାରୋହର

ରାଇରଙ୍ଗପୁର/ସତ୍ୟାନାରୟଣ ପାଲ :  ଭାରତୀୟ ଭୂମିଜ ସମାଜ(ଭାରତୀୟ ସେ ଆଦିବାସୀ ଭୂମିଜ ସମାଜ,ଓଡ଼ିଶା) ଶାଖା ଆନୁକୁଲ୍ୟରେ ସମାଜସେବୀ ଦୁଃଖୀରାମ ସର୍ଦ୍ଦାରଙ୍କ  ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଭୂମିଜ ସମାଜର ମହାନ ଜନ ନାୟକ ଵୀର ଶହୀଦ  ଗଙ୍ଗା ନାରାୟଣ ସିଂଙ୍କ ୨୨୩ ତମ ଜନ୍ମ ଜୟନ୍ତୀ  ସମାରୋହ ମୟୂରଭଞ୍ଜ ଜିଲ୍ଲାର ଯାମଦା ବ୍ଳକର ଘୁମାଳ ଗାଁରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ପୂଜ୍ୟପୂଜା କାର୍ଯ୍ୟକ୍ରମରେ ଓଡିଶା, ଝାଡଖଣ୍ଡ, ବିହାର, ପଶ୍ଚିମବଙ୍ଗରୁ ବହୁ ସଂଖ୍ୟାରେ ଭୂମିଜ ସଂପ୍ରଦାୟର ଲୋକଙ୍କ ସମେତ କୋହ୍ଲ, ମାଝୀ,  ଆଦିବାସୀ ସମସ୍ତଙ୍କ ଉପସ୍ଥିତିରେ ଶହୀଦଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଥିଲା । ଭୂମିଜ ସଂପ୍ରଦାୟର ଲୋକେ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ପରେ ପାରମ୍ପରିକ ବାଦ୍ୟ, ମାଦଳ,  ଯନ୍ତ୍ର, ନାଚ, ଗୀତରେ ଉତ୍ସବ ପାଳିଥିଲେ । ଏହି ଶହୀଦଙ୍କ ପ୍ରତିମୂର୍ତ୍ତି ପ୍ରଥମ ଥର ପାଇଁ ମୟୂରଭଞ୍ଜ ଜିଲ୍ଲାରେ ଯାମଦା ବ୍ଳକର  ଘୁମାଳ ଗ୍ରାମରେ ସ୍ଥାପିତ ହୋଇଛି । ଏହି ପ୍ରତିମୂର୍ତ୍ତିକୁ ତିରିଂ ଵ୍ଳକ ଅଧ୍ୟକ୍ଷ ତଥା ମୟୂରଭଞ୍ଜ ଜିଲ୍ଲାର ବିଶିଷ୍ଟ ଆଦିବାସୀ ଯୁବନେତା ପରମେଶ୍ଵର ସାମଦ ଭୂମିଜ ସମାଜକୁ ଦାନ କରିଥିଲେ । ଏହି ପ୍ରତିମୂର୍ତ୍ତି  ଉନ୍ମୋଚନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ତିରିଂ ବ୍ଳକ ଅଧ୍ୟକ୍ଷ ପରମେଶ୍ବର ସାମଦ, ଜାମଦା ତହସିଲଦାର ବିକାଶ ମୁଣ୍ଡାରୀ, ପୂଜକ ତୁଷାର ସର୍ଦାର, କୁଲୁଘୁଟୁ ସମିତି ସଭ୍ୟ ଚାମ୍ବରୁ ହେମ୍ବ୍ରମ, ଅଲଗୁରୁ ମହେନ୍ଦ୍ର ସର୍ଦ୍ଦାର, ଲକ୍ଷ୍ମଣ ମାର୍ଣ୍ଡୀ, ଦୁର୍ଗା ପ୍ରସାଦ ହେମ୍ବ୍ରମ, ଦିଶମ ଗୁରୁ ଗୁଲାପ ସିଂ, ନିମାଇଁ ଶଙ୍କର ସୋରେନ, ବଡ଼ କୁଲେଇବିରା ପଞ୍ଚାୟତ ସମିତି ସଭ୍ୟ ମଧୁସୂଦନ ଟୁଡୁ, ଜାରକାଣି ସମିତି ସଭ୍ୟ ଶୁକୁରମଣି ସର୍ଦ୍ଦାର, ଅଭିମନ୍ୟୁ ସର୍ଦାର ପ୍ରମୁଖ ଯୋଗ ଦେଇଥିଲେ । ଅତିଥିବୃନ୍ଦ କହିଥିଲେ ଯେଉଁ ଜାତି ତାଙ୍କର ଦିବଂଗତ ମହାପୁରୁଷଙ୍କୁ ସମ୍ମାନ ଦିଏ ସେ ଜାତୀର ସଂସ୍କୃତି ସେତେ ଉଚ୍ଚ । ଆଗକୁ ଆହୁରି ଇତିହାସର ଆଢ଼ୁଆଳରେ ଲୁଚି ଯାଇଥିବା ବୀର ପୁରୁଷ ମାନଙ୍କୁ ସ୍ମରଣ କରିବା ସେମାନଙ୍କ ପ୍ରତିମୂର୍ତ୍ତି ସ୍ଥାପନା କରାଯିବା ସହ ଏହି ଜାତି ସେମାନଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହେବେ ବୋଲି ଅତିଥିବୃନ୍ଦ ବକ୍ତବ୍ୟ ରଖିଥିଲେ ।

Related posts

ରୁବେଲା ଭାଇରସ; ଗର୍ଭବତୀଙ୍କୁ ସତର୍କ ରହିବାକୁ ନିର୍ଦେଶ

mahabharatanews

ଭୟବିତ କରୁଛି ‘ମଙ୍କିପକ୍ସ’ : ୧୦୦୦ରୁ ଅଧିକ ଲୋକ ସଂକ୍ରମିତ

mahabharatanews

 ୬ରେ ଓଡିଶା ଆସିବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ

mahabharatanews