ଭାରତ

ସହିଦ ଯବାନଙ୍କ ମର ଶରୀରକୁ ଗାଁକୁ ଆଣିବାକୁ ମନା କରିଦେଲେ ଗାଁର ସରପଞ୍ଚ

ଯବାନଙ୍କ ଅନ୍ତମ ମସଂସ୍କାରରେ ସାମିଲହେବାକୁ ମହାକରିବା ସହିତ ତାଙ୍କ ମର ଶରୀରକୁ ଗ୍ରମ ଭିତରକୁ ପସାଇବାକୁ ମଧ୍ୟ ଦେଇନାହାନ୍ତି ଗ୍ରାମବାସି । ଗତକାଲି ଛତିଶଗଡ ଦନ୍ତେୱାଡା ଜିଲ୍ଲାରେ ହୋଇଥିବା ମାୱବାଦୀ ଆକ୍ରମଣରେ ୧୦ ଜଣ ଯବାନଙ୍କ ସମେତ ଜଣେ ଡ୍ରାଇଭର ପ୍ରଣହରାଇଛନ୍ତି । ହେଲେ ଏହି ୧୦ ଜଣ ଯବାନଙ୍କ ମଧ୍ୟରୁ ଜଣେ ଯବାନ ଏମିତି ଅଛନ୍ତି ଯାହାଙ୍କ ଅନ୍ତିମ ସଂସ୍କାରରେ ସାମିଲ ହେବାକୁ ଗ୍ରାମବାସୀ ମନା କରିଦେଇଛନ୍ତି । କେବଳ ସେତିକି ନୁହେଁ ଗ୍ରାମବାସୀମାନେ ସହିଦ ଯବାନଙ୍କ ମର ଶରୀରକୁ ଗ୍ରାମ ଭିତରକୁ ଆଣିବାକୁ ମନା କରିଦେଇଛନ୍ତି । କୁହାଯାଉଛି କି ମାଓବାଦୀଙ୍କ ଚାପରେ ଗ୍ରାମବାସୀମାନେ ସଂପୃକ୍ତ ଯବାନଙ୍କ ଅନ୍ତିମ ସଂସ୍କାରରେ ସାମିଲ ହେବାକୁ ମନା କରିଦେଇଛନ୍ତି । ଏନେଇ ଏକ ସହିଦ ଯବାନଙ୍କ ଅନ୍ୟ ଜଣେ ଭାଇ କହିଛନ୍ତି । ଗତକାଲି ମାଓବାଦୀ ଆକ୍ରମଣରେ ସହିଦ ହୋଇଥିବା ଡିଆରଜି ଯବାନ ଦୁଲାଗେ ମଣ୍ଡାବିଙ୍କ ଭାଇ ମଙ୍ଗଲୁ ରାମ ମଣ୍ଡାବି କହିଛନ୍ତି କି, ଗାଁର ସରପଞ୍ଚ ସହିଦ ଯବାନଙ୍କ ମର ଶରୀରକୁ ଗାଁକୁ ଆଣିବାକୁ ମନା କରିଦେଇଛନ୍ତି ।ସେ ଆହୁରି ମଧ୍ୟ କହିଛନ୍ତି ଏହା ପଛରେ ମାଓବାଦୀଙ୍କ ଚାପ ରହିଛି । ଗତକାଲି ଅର୍ଥାତ ଏପ୍ରିଲ ୨୬ ତାରିଖ ଦିନ ଛତିଶଗଡର ଦନ୍ତେୱାଡା ଜିଲ୍ଲାରେ ନକ୍ସଲମାନେ ଡିଆରଜି ଯବାନଙ୍କ ଗାଡି ଉପରକୁ ଅଚାନକ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ୧୦ ଜଣ ଡିଆରଜି ଯବାନଙ୍କ ସମେତ ଜଣେ ଡ୍ରାଇଭରଙ୍କର ମୃତ୍ୟୁ ହୋଇଥିଲା । ଆଜି ଦନ୍ତେୱାଡାର ପୋଲିସ ଲାଇନ କାରଲି ଠାରେ ସମସ୍ତ ସହିଦ ଯବାନଙ୍କୁ ଶେଷ ସଲାମୀ ଦିଆଯାଇଥିଲା ।

 

Related posts

ଆଜିଠୁ ସଂସଦର ଶୀତକାଳୀନ ଅଧିବେଶନ 

mahabharatanews

୨୪ ଘଣ୍ଟା ମଧ୍ୟରେ ଦେଶରେ ୩, ୨୭୫ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews

ବଢ଼ିଲା ଦିଲ୍ଲୀ ଓ ପଞ୍ଜାବ ବିମାନ ବନ୍ଦରର ସୁରକ୍ଷା ବ୍ୟବସ୍ଥା  

mahabharatanews