ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ ଆସାମର ମହାପୁରୁଷ ଶ୍ରୀମନ୍ତ ଶଙ୍କର ଦେବ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନିତ । କିଟ୍ ଓ କିସ୍ ପ୍ରତିଷ୍ଠାତା ତଥା ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ ଆସାମର ମହାପୁରୁଷ ଶ୍ରୀମନ୍ତ ଶଙ୍କର ଦେବ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନ ଜନକ ଡିଲିଟ ପ୍ରଦାନ । କେନ୍ଦ୍ର ମନ୍ତ୍ରୀ ରାଜକୁମାର ରଞ୍ଜିତ ସିଂହଙ୍କ ଉପସ୍ଥିତିରେ ଆସାମ ରାଜ୍ୟପାଳ ଗୁଲାବ ଚାନ୍ଦ କଟାରିଆ ଡକ୍ଟର ସାମନ୍ତଙ୍କୁ ଏହି ସମ୍ମାନ ସୂଚକ ଡିଲିଟ ପ୍ରଦାନ କରିଛନ୍ତି । ପୂର୍ବରୁ ସେ ୫୦ ଟି ଡିଲିଟ ପାଇଥିବା ବେଳେ ଏହା ତାଙ୍କର ୫୧ଡିଲିଟ । ବିଶ୍ୱବିଦ୍ୟାଳୟ ପକ୍ଷରୁ ଭବ୍ୟ ସମାବର୍ତ୍ତନ ଉତ୍ସବର ଆୟୋଜନ କରାଯାଇ ତାଙ୍କୁ ଏହି ଡିଲିଟ ସମ୍ମାନ ପତ୍ର ପ୍ରଦାନ କରି ଡକ୍ଟର ସାମନ୍ତଙ୍କ ନିଷ୍ଠା, ତ୍ୟାଗ,ବୁଦ୍ଧିମତ୍ତା ଓ ପଛୁଆ ବର୍ଗଙ୍କ ପାଇଁ ସମର୍ପିତ ଅବଦାନ ସମ୍ପର୍କରେ ସୂଚାଇଥିଲେ। ଶଙ୍କର ଦେବ ବିବିଦ୍ୟାଳୟର ଗୌରବ ସମ୍ପର୍କରେ ରାଜ୍ୟପାଳ ବକ୍ତବ୍ୟ ରଖିଥିଲେ । ପଛୁଆ ବର୍ଗଙ୍କୁ ଶିକ୍ଷାର ମୂଳ ସ୍ରୋତରେ ଆଣିବା ଏବଂ ସମାଜ ସେବା କ୍ଷେତ୍ରରେ ଡକ୍ଟର ସାମନ୍ତଙ୍କ ଅବଦାନର ସ୍ୱୀକୃତି ସ୍ୱରୂପ ଏହି ଡିଲିଟ୍ ପ୍ରଦାନ କରାଯାଉଛି ବୋଲି ଉପାଚାର୍ୟ୍ୟ ଡକ୍ଟର ମୃଦୂଲ୍ ହଜାରିକ ସ୍ୱାଗତ ଭାଷଣରେ ସୂଚାଇଥିଲେ । ଏହି ଅବସରରେ ଶିକ୍ଷା ଜଗତର ବିଭିନ୍ନ ବ୍ୟକ୍ତିଙ୍କ ସହ ଶିକ୍ଷାର୍ଥୀ ମାନେ ମଧ୍ୟ ଡକ୍ଟର ସାମନ୍ତଙ୍କୁ ଭେଟି ସ୍ୱାଗତ ଜଣାଇଥିଲେ ।
previous post
next post
