ଓଡିଶା

ରାଇରଙ୍ଗପୁରରେ ଓକିଲ ସଂଘ ତରଫରୁ ମଧୁସୂଦନ ଜୟନ୍ତୀ ଓ ଓକିଲ ଦିବସ ମହାସମାରୋହରେ ପାଳିତ

ରାଇରଙ୍ଗପୁର:ଆଜି ଯୋଗ ଜନ୍ମା ଉତ୍କଳ ଗୌରବ ତଥା ବାରିଷ୍ଟର ମଧୁସୂଦନ ଦାସଙ୍କ ଜୟନ୍ତୀ । ତାଙ୍କ ଜନ୍ମ ଦିବସକୁ ଓଡ଼ିଶାର ସମସ୍ତ ଓକିଲ ସମାଜ ଓକିଲ ଦିବସ ଭାବେ ମଧ୍ୟ ପାଳନ କରିଥାନ୍ତି ।ସେହି ମାହତ୍ମାଙ୍କ ଜନ୍ମ ଜୟନ୍ତୀ ରାଇରଙ୍ଗପୁର ଓକିଲ ସଂଘ ଆନୁକୂଲ୍ୟରେ ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟରେ ପରିସରରେ ଧୂମଧାମରେ ପାଳିତ ହୋଇଯାଇଛି ।ଏହି ଅବସରରେ ମୁଖ୍ୟ ଅତିଥିଭାବେ ହାଇକୋର୍ଟର ଜଷ୍ଟିସ ଶଶିକାନ୍ତ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।ପ୍ରାରମ୍ଭରେ ମୁଖ୍ୟ ଅତିଥି ରାଇରଙ୍ଗପୁର କଚେରୀ ପରିସରରେ ଥିବା ମଧୁବାବୁଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।ପରେ ଓକିଲ ସଂଘର କର୍ମକର୍ତ୍ତାବୃନ୍ଦ ମଧୁବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।ପରେ ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ପରିସରରେ ଏକ ସ୍ମୃତି ଚାରଣ ସଭାରେ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି ସଭାର ଶୁଭାରମ୍ଭ କରିଥିଲେ । ରାଇରଙ୍ଗପୁର ଓକିଲ ସଂଘ ସଭାପତି ଅକ୍ଷୟ ମହାନ୍ତି ସଭାପତି ଦାୟିତ୍ୱ ନିଭାଇଥିବା ବେଳେ ଦୁଷ୍ମନ୍ତ ବସା ମଂଚ ପରିଚାଳନା କରିଥିଲେ । ଏହି କାର୍ୟ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଦୀପକ କୁମାର, ସଵଜଜ ସ୍ମୃତି ସ୍ନିଗ୍ଧା ଦାସ , ଏସଡିଜିଏମ ସିଦ୍ଧାନ୍ତ ସେନାପତି, ଜେଏମଏଫସି ଅଭିଷେକ ପୋଥାଳଙ୍କ ସମେତ ବହୁ ଅଧିବକ୍ତା ଯୋଗ ଦେଇଥିଲେ । ନବ ଓଡ଼ିଶାର କର୍ଣ୍ଣଧାର ମଧୁବାବୁଙ୍କ ତ୍ୟାଗମୟ ଜୀବନ ଉପରେ ବର୍ଷିୟାନ ଓକିଲ ରସାନନ୍ଦ ଲେଙ୍କା,ପ୍ରଭାସ କବି ଏବଂ ଗୋପିନାଥ ମାରାଣ୍ଡି ଆଲୋକପାତ କରିଥିଲେ ।ଓକିଲାତି ଏକ ପେଷା ଏହା ବ୍ୟବସାୟ ନୁହେଁ । ଯେଉଁ ମାନେ ନିଷ୍ଠାର ଓ ସଚ୍ଚୋଟତାର କାର୍ୟ୍ୟ କରନ୍ତି ସେମାନେ ବିଳମ୍ବରେ ହେଲେ ମଧ୍ୟ ସଫଳତା ପାଆନ୍ତି ଓ କାର୍ୟ୍ୟରେ ଆତ୍ମ ସନ୍ତୋଷ ପାଆନ୍ତି ବୋଲି ମୁଖ୍ୟ ଅତିଥି କହିଥିଲେ ।ପରେ ୧୦ ଜଣ ବରିଷ୍ଠ ଓକିଲଙ୍କୁ ଅତିଥିଗଣ ମାନପତ୍ର, ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ । ସଂପାଦକ ହରେକୃଷ୍ଣ ମହାକୁଡ଼ ମଧୁ ଜୟନ୍ତୀ ଏବଂ ଓକିଲ ଦିବସ ରେ ଯୋଗଦେଇଥିବା ଅତିଥିବୃନ୍ଦ ଏବଂ ଅଧିବକ୍ତା ମାନଙ୍କୁ ଧନ୍ୟବାଦ ଜଣାଇଥିଲେ ।

Related posts

ଭୁବନେଶ୍ୱର ରେଳ ଷ୍ଟେସନ ମଲ୍ଟି ହବ୍ ପ୍ରକଳ୍ପ କେବେ?

mahabharatanews

ଖୋର୍ଦ୍ଧା ପୋଲିସ ପ୍ରଶାସନ ପକ୍ଷରୁ କୋଭିଡ୍ ସଚେତନତା ରଥ ର ଉଦଘାଟନ

mahabharatanews

୧୬ରୁ ପର୍ଯ୍ୟଟକଙ୍କୁ ଶିମିଳିପାଳ ମନା

mahabharatanews