ଓଡିଶା

୧୬ରୁ ପର୍ଯ୍ୟଟକଙ୍କୁ ଶିମିଳିପାଳ ମନା

(ଶିମିଳିପାଳ) :  ପର୍ଯ୍ୟଟକଙ୍କୁ ଶିମିଳିପାଳ ମନା ।  ଜୁନ୍‌ ୧୬ରୁ ଆସନ୍ତା ନଭେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟଟକ ଓ ପରିଦର୍ଶକଙ୍କ ପାଇଁ ଶିମିଳିପାଳ ଅଭୟାରଣ୍ୟ ବନ୍ଦ ରହିବ। ମୌସୁମୀ ହେତୁ ବନ୍ଦ ରଖିବାକୁ ନିଷ୍ପତି ହୋଇଛି । ସାଧାରଣତଃ ବର୍ଷା ସମୟରେ ଶିମିଳିପାଳ ଜଙ୍ଗଲ ଓ ପାହାଡ଼ରୁ ମାଟିପଥର ଅତଡ଼ା ଖସିବାର ସମ୍ଭାବନା ରହିଥାଏ। ଜଙ୍ଗଲ ଭିତରେ ସଂକୀର୍ଣ୍ଣ ରାସ୍ତା ବି ଯାତାୟାତ ପାଇଁ ସମସ୍ୟା ସୃଷ୍ଟି କରେ। ତେଣୁ ସବୁବର୍ଷ ଭଳି ଏଥର ମଧ୍ୟ ଏଭଳି କରାଯାଇଥିବା ସୂଚନା ମିଳିଛି ।

ସୂଚନାନୁଯାୟୀ ,  ତେବେ ଏହି ବନ୍ଦ ଅବଧି ସମୟରେ ଜାମୁଆଣି, ଗୁଡଗୁଡ଼ିଆ, କୁମାରୀ ଓ ରାମତୀର୍ଥ ଇକୋ ଟୁରିଜିମ୍ କମ୍ପ୍ଲେକ୍ସଗୁଡିକ ପର୍ଯ୍ୟଟକ ଓ ପରିଦର୍ଶକଙ୍କ ଭ୍ରମଣ ନିମନ୍ତେ ଖୋଲାରହିବ ବୋଲି ସ୍ୱଷ୍ଟ ହୋଇଛି ।

Related posts

ନୂଆପଡାରେ ଜୟ ଢୋଲକିଆଙ୍କ ବିପୁଳ ଭୋଟରେ ବିଜୟ ଲାଭ

mahabharatanews

ମା’ତାରିଣୀଙ୍କ ଝାମୁ ଯାତ୍ରା ଧୁମଧାମରେ ପାଳିତ

mahabharatanews

ରାଜ୍ୟରେ  ୬ ଜଣଙ୍କ କରୋନାଜନିତ ମୃତ୍ୟୁ 

mahabharatanews