ଓଡିଶା

ନୟାଗଡ ଜିଲ୍ଲାରେ ଭକ୍ତି ଓ ନିଷ୍ଠା ସହ ପାଳିତ ହୋଇଯାଇଛି ଉଦଣ୍ଡ ଯାତ୍ରା

ନୟାଗଡ଼/ ମାନସ କୁମାର ସାହୁ: ଉଦଣ୍ଡ ଶିବ-ପାର୍ବତୀ ଏବଂ କାଳୀଙ୍କ ଯାତ୍ରା। ଦଣ୍ଡ ଯାତ୍ରାର ଅନ୍ତିମ ଦିନ ପଣା ସଂକ୍ରାନ୍ତି ପର ଦିନ ଠାରୁ ଉଦଣ୍ଡ ଯାତ୍ରା ଆରମ୍ଭ ହୋଇଥାଏ। ମାନସିକ ପୂରଣ ଏବଂ ବିଶ୍ବ ଶାନ୍ତି ଉଦେଶ୍ୟରେ ୧୩ ଦିନ ଧରି ଦଣ୍ଡୁଆ ମାନେ ଶିବ-ପାର୍ବତୀ ଏବଂ କାଳିକାଙ୍କୁ ପୂଜା କରି ଉଦଣ୍ଡ ଯାତ୍ରା କରୁଥାନ୍ତି। ବିଧି ଅନୁଯାୟୀ ଯାତ୍ରାର ଅନ୍ତିମ ଦିନ ବ୍ରତ ଧାରୀ ଦଣ୍ଡୁଆ ମାନେ ମାନସିକ ପୂରଣ ପାଇଁ ଶିବ-ପାର୍ବତୀ ଏବଂ କାଳିକାଙ୍କୁ ସ୍ମରଣ କରି ନିଆଁରେ ଚାଲିଥାନ୍ତି। ତାହାକୁ ନିଆଁ ଗଡ଼ ଝାମୁ ଯାତ୍ରା କୁହାଯାଏ। ଏମିତି କିଛି ନିଆରା ପରମ୍ପରା ଦେଖିବାକୁ ମିଳେ ନୟାଗଡ଼ ଜିଲ୍ଲା ରେ । ପଣା ସଂକ୍ରାନ୍ତି ପର ଦିନ ଠାରୁ ଆରମ୍ଭ ହୋଇଥିବା ଏହି ଉଦଣ୍ଡ ଯାତ୍ରା ଯାହାର ଗତ କାଲି ଥିଲା ଅନ୍ତିମ ଦିନ। ଏଥିପାଇଁ ବିଭିନ୍ନ ଉଦଣ୍ଡ କାମନା କୋଠିରେ ଧୁମଧାମର ସହ ପାଳିତ ହୋଇଥିଲା ଶିବ-ପାର୍ବତୀ ଏବଂ କାଳୀଙ୍କ ଉଦଣ୍ଡ ଯାତ୍ରା। ମାନିସିକ ପୂରଣ ଏବଂ ବିଶ୍ବ ଶାନ୍ତି ପାଇଁ ଦଣ୍ଡୁଆ ମାନେ ଖାଲି ପାଦରେ ନିଆଁରେ ଚାଲି ଦେଇଛନ୍ତି ଅଗ୍ନି ପରୀକ୍ଷା। ନୟାଗଡ଼ ସଦର ବ୍ଲକ ଇଟାମାଟିରେ ୮ ଦିନ ଧରି ଚାଲିଥିବା ଉଦଣ୍ଡ ଯାତ୍ରାର କାଲି ଶେଷ ହୋଇଯାଇଛି । ଏଥିପାଇଁ ଉତ୍ସବ ମୁଖର ଥିଲା ଗାଁ ଦାଣ୍ଡ। ବାଲୁଙ୍କେଶ୍ବର ମନ୍ଦିରରେ ଶିବ-ପାର୍ବତୀ ଏବଂ କାଳିକାଙ୍କୁ ବ୍ରତ ଧାରୀ ଦଣ୍ଡୁଆ ମାନେ ପୂଜାର୍ଚ୍ଚନା କରିବା ପରେ ଆରମ୍ଭ ହୋଇଥିଲା ଉଦଣ୍ଡ ଯାତ୍ରାର ନିଆଁ ଗାଡ ଝାମୁଯାତ୍ରା। ବିଧି ଅନୁସାରେ ୧୨୧ ହାତ ନିଆଁ ଗାଡରେ ବ୍ରତ ଧାରଣ କରିଥିବା ଦଣ୍ଡୁଆ ମାନେ ଖାଲି ପଦରେ ଚାଲି ଦେଇଥିଲେ ଅଗ୍ନି ପରୀକ୍ଷା। ଏହି ଯାତ୍ରାରେ ଇଟାମାଟି ଏବଂ ପଡୋଶୀ ଜିଲ୍ଲାର ୬୦ ରୁ ଅଧିକ ଜଣ ବ୍ରତ ଧାରୀ ଦଣ୍ଡୁଆ ମାନସିକ ପୂରଣ ପାଇଁ ୧୨୧ ହାତ ନିଆଁ ଗାଡରେ ଚାଲିଥିବାର ଦୃଶ୍ୟ ସୃଷ୍ଟି କରିଥିଲା ଆଧ୍ୟାତ୍ମିକ ପରିବେଶ। ଯାତ୍ରା ଦେଖିବା ପାଇଁ ଜମିଥିଲା ହଜାର ହଜାର ଶ୍ରଦ୍ଧାଳୁ ଏବଂ ଦର୍ଶକ ଭିଡ଼। ଦଣ୍ଡ ଯାତ୍ରାର ଅନ୍ତିମ ଦିନ ପର ଠାରୁ ୧୩ ଦିନ ଧରି ଉଦଣ୍ଡ ଯାତ୍ରା ଆରମ୍ଭ ହୋଇଥାଏ। ମାନସିକ ପୂରଣ ପାଇଁ ଦିନ ବେଳେ ବ୍ରତ ଧାରୀ ଦଣ୍ଡୁଆ ମାନେ ଶିବ-ପାର୍ବତୀ ଏବଂ କାଳିକାଙ୍କୁ ପୂଜା କରି ହାତରେ ବେତ ବାଡ଼ି ଧରି ଖାଲି ପାଦରେ ଗାଁ କୁ ଗାଁ ବୁଲି ଭୋଗ ଖାଇଥାନ୍ତି। ଦଣ୍ଡ ଯାତ୍ରା ଭଳି ଉଦଣ୍ଡ ଯାତ୍ରା ମଧ୍ୟ ନିଷ୍ଠା ଭକ୍ତି ଏବଂ ଉପାସନାର ଯାତ୍ରା। ଏହାକୁ କେବଳ ହିଁ ପୁରୁଷ ଲୋକମାନେ ବ୍ରତ ଧାରଣ କରି ପାଳନ କରିଥାନ୍ତି । ଦଣ୍ଡ ଯାତ୍ରା ଭଳି ନିଷ୍ଠା , ଭକ୍ତି , ବିଶ୍ଵାସ ଏବଂ ଉପାସନାର ଯାତ୍ରା ଉଦଣ୍ଡ ଯାତ୍ରା। ଏହି ଯାତ୍ରାରେ ବ୍ରତ ଧାରଣ କରିଥିବା ଦଣ୍ଡୁଆ ମାନଙ୍କୁ ମିନ ସଂକ୍ରାନ୍ତି ଠାରୁ ଆମିଷ ତ୍ୟାଗ କରି ନିଷ୍ଠାର ସହ ରହିବାକୁ ପଡ଼ିଥାଏ। ୧୯୭୬ ମସିହାରୁ ଇଟାମାଟିରେ ବାଲୁଙ୍କେଶ୍ବର ଠାକୁରଙ୍କ କୃପାରୁ ପ୍ରଥମେ ଆରମ୍ଭ ହୋଇଥିବା ଏହି ଉଦଣ୍ଡ ଯାତ୍ରା ଏବେ ୪୭ ବର୍ଷରେ ପହଞ୍ଚିଛି। ସେପଟେ ୫ ହାତରୁ ଆରମ୍ଭ ହୋଇଥିବା ନିଆଁ ଗାଡ଼ ଝୁମୁ ଯାତ୍ରା ଏବେ ୧୨୧ ହାତରେ ପହଞ୍ଚିଛି। ମାନସିକ ପୂରଣ ସହ ବିଶ୍ଵ ଶାନ୍ତି ଏବଂ ଶିବ-ପାର୍ବତୀ ଓ କାଳିକାଙ୍କ ଠାରୁ ଆଶୀର୍ବାଦ ପାଇଁ ଉଦଣ୍ଡ ଯାତ୍ରା ପାଳନ କରାଯାଇଥାଏ। ବିଶ୍ଵାସ ରହିଛି ଦଣ୍ଡ ଭଳି ଉଦଣ୍ଡ ଯାତ୍ରାରେ ମଧ୍ୟ ବ୍ରତ ଧାରଣ କରି ଉପବାସ ରହିଲେ ମାନସିକ ପୂରଣ ହୋଇଥାଏ। ଏଥିରେ ୨୧ ବର୍ଷରୁ ଉର୍ଦ୍ଧ ଯୁବକ ଏବଂ ବୟସ୍କ ଲୋକ ବ୍ରତ ଧାରଣ କରି ୧୩ ଦିନ ଉପବାସ ରହିବା ପରେ ଯାତ୍ରାର ଅନ୍ତିମ ଦିନ ଶିବ-ପାର୍ବତୀ, କାଳିକାଙ୍କୁ ସ୍ମରଣ କରି ସମସ୍ତ ବ୍ରତ ଧାରୀ ଦଣ୍ଡୁଆ ନିଆଁରେ ଚାଲିଥାନ୍ତି। ଏହା ଦ୍ଵାରା ମାନସିକ ପୂରଣ ହୋଇଥାଏ। ଶିବ-ପାର୍ବତୀ ଏବଂ କାଳିକାଙ୍କ ଠାରୁ ଆର୍ଶୀବାଦ ପାଇଁ ନିଷ୍ଠା ଭକ୍ତି ବିଶ୍ୱାସର ସହ ଉପାସନାର ଯାତ୍ରା ଉଦଣ୍ଡ ଯାତ୍ରା। ବାର ମାସରେ ତେର ଯାତ୍ରା ମଧ୍ୟରୁ ଉଦଣ୍ତ ଯାତ୍ରା ଅନ୍ୟତମ ଆକର୍ଷଣ।

Related posts

ଓଡିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ ରଫିକ୍ଙ୍କ ଶପଥ ପାଠ

mahabharatanews

ଶ୍ରାବଣ ମାସରେ ବି ରାଜ୍ୟରେ ୧୧ଟି ସହରରେ ୩୫ ଡିଗ୍ରୀରୁ ଅଧିକ ତାପାମତ୍ରା

mahabharatanews

ଆରପାରିରେ ବରିଷ୍ଠ କଂଗ୍ରେସ ନେତା ହେମାନନ୍ଦ ବିଶ୍ୱାଳ

mahabharatanews