ଓଡିଶା

ରାୟଗଡା ଜିଲ୍ଲାର ପ୍ରଥମ ମିଶନ ଶକ୍ତି କାଫେ ଉଦଘାଟନ

ରାୟଗଡା /ରବୀନ୍ଦ୍ର କୁମାର ସାହୁ : ରାୟଗଡା ଜିଲ୍ଲା ର ପ୍ରଥମ ମିଶନ ଶକ୍ତି କାଫେ ବିଷମ କଟକ ପଞ୍ଚାୟତ ପରିସର ଠାରେ ଶୁଭ ଉଦଘାଟନ ହୋଇଯାଇଛି | ପ୍ରାୟ ଛବିସି ଲକ୍ଷ ଅଟକଳ ବ୍ୟୟ ରେ ନିର୍ମାଣ କାଫେ ମାତ୍ର ପାଞ୍ଚ ମାସ ସମୟରେ ନିର୍ମାଣ ହୋଇଛି । SHG ମହିଳା ମାନଙ୍କ ଦକ୍ଷ୍ୟତା ବୃଦ୍ଧି ଓ ଅର୍ଥନୈତିକ କ୍ଷେତ୍ର ରେ ସହାୟକ ହେବ। ସହ ମହିଳା ମାନଙ୍କ ସ୍ବାବଲମ୍ବୀ କରିବା ରେ ଏହା ଏକ ଦିଗ ଦେଖାଇଛି। ଉକ୍ତ କାଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅନୁସୂଚିତ ଜନଜାତି ତଥା ପଛୁଆବର୍ଗ ଓ ଆଇନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା  ରିବନ କାଟି କାଫେ ର ଉଦଘାଟନ କରିଥିଲେ । ସଂମ୍ମାନୀୟ ଅତିଥି ଭାବେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଉପଦେଷ୍ଟା ଶ୍ରୀଯୁକ୍ତ ସୁଧିର କୁମାର ଦାସ ,ରାୟଗଡା ଜିଲ୍ଲାପାଳ ସ୍ଵଧାଦେବୀ ସିଂ,ଅଧ୍ୟକ୍ଷ| ଜିଲ୍ଲା ପରିଷଦ ରାୟଗଡା ଶ୍ରୀମତି ସରସ୍ପତି ମାଝୀ,ଗୋଷ୍ଟି ଉର୍ଣ୍ଣୟନ ଅଧିକାରୀ  ଯୋଗଦେଇଥିଲେ । କାର୍ଯ୍ୟକ୍ରମ ରେ ବହୁସଂଖ୍ୟରେ ଜନସାଧାରଣ ,SHG ମହିଳା ମାନେ ଉପସ୍ଥିତ ରହିଥିଲେ । ଏଥିସହ ବିଷମ କଟକ ନେତାଜୀ ଛକ ଠାରେ ସୌଦର୍ଯ୍ୟ କରଣ ପାଇଁ  ନିର୍ମାଣ ହୋଇଥିବା “ମୋ ବିଷମକଟକ” ର ଉଦଘାଟନ ମନ୍ତ୍ରୀ ଶ୍ରୀ ସାରକ। ଙ୍କ ଦ୍ୱାରା  ହୋଇଥିଲା ।

Related posts

ଲ୍ୟାଣ୍ଡମାଇନ ବିସ୍ଫୋରଣରେ ନାବାଳକ ମୃତ

mahabharatanews

ପୁଣି ବୃଦ୍ଧି ପାଉଛି କରୋନା ସଂକ୍ରମଣ : ୨୪ ଘଣ୍ଟା ମଧ୍ୟରେ ୫,୪୪୩ କରୋନା ପଜିଟିଭ ଚିହ୍ନଟ

mahabharatanews

କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗକୁ ବଡ଼ ସଫଳତା

mahabharatanews