ମନୋରଞ୍ଜନ

ଆସନ୍ତାକାଲି ପରଦାକୁ ଆସିବ ‘ଦ କେରଳ ଷ୍ଟୋରି’

(କେରଳ) : ଦ କେରଳ ଷ୍ଟୋରି’ର ବିଜ୍ଞାପନ ପ୍ରକାଶ ପାଇବା ଦିନଠାରୁ ଏହାକୁ ନେଇ ବିବାଦ ଥମିବାର ନାଁ ନେଉନି । ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ସୁଦୀପ୍ତ ସେନ । ମେ ୫ ତାରିଖରେ ଏହାର ଉନ୍ମୋଚନ ହେବାକୁ ଥିବାବେଳେ ସେନ୍ସର ବୋର୍ଡ ଏହାକୁ ଦେଇଛି ‘ଏ’ ସାର୍ଟିଫିକେଟ୍।

ହିନ୍ଦୁ ଦେବଦେବୀଙ୍କ ସମ୍ପର୍କରେ କିଛି ଅନୁପଯୁକ୍ତ ବାର୍ତ୍ତାଳାପ ଥିବା ଏକ ଦୃଶ୍ୟ ହେଉଛି କଟାଯାଇଥିବା ସୂଚନା ମିଳିଛି । କେତେକ ସ୍ଥାନରେ କିଛି ଶବ୍ଦ, ବାକ୍ୟ ବା ସଂଳାପକୁ ମଧ୍ୟ କାଟିଦିଆଯାଇଛି।

ସୂଚନାନୁଯାୟୀ , ଏକ ଟିଭି ସାକ୍ଷାତ୍‌କାରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଚ୍ୟୁତାନନ୍ଦନ କହିଥିଲେ ଯେ କେରଳ ଆସନ୍ତା ଦୁଇ ଦଶନ୍ଧି ଭିତରେ ଏକ ମୁସଲିମ-ବହୁଳ ରାଜ୍ୟରେ ପରିଣତ ହେବାକୁ ଯାଉଛି କାରଣ ବହୁସଂଖ୍ୟାରେ ଯୁବବର୍ଗଙ୍କୁ ମୁସଲମାନ ଧର୍ମକୁ ପରିବର୍ତ୍ତନ କରାଯାଉଛି ଯାହାକି ସାରା ଦେଶରେ ଚହଳ ପକାଇ ଦେଇଥିଲା । ତେବେ ‘୩୨ହଜାର’ ସଂଖ୍ୟା ପଛର ସତ୍ୟତା କେତେ, ସେ ସଂପର୍କରେ ଜଣାପଡ଼ିନାହିଁ ।

Related posts

୭ଦିନରେ ୩୦୦ କୋଟି ରୋଜଗାର କଲା ‘ଗଦର-୨’

mahabharatanews

ବାସନ୍ଦ ହେଲେ ଚର୍ଚ୍ଚିତ ଅଭିନେତା ମନୋଜ ମିଶ୍ର

mahabharatanews

ବେଟିଂ ଆପ୍ ମାମଲା; ଯୋଡିହେଲା ଭାରତୀ ସିଂହଙ୍କ ନାଁ 

mahabharatanews