ଓଡିଶା

ଆଜି ପବିତ୍ର ନୃସିଂହ ଚତୁର୍ଦ୍ଦଶୀ : ଶ୍ରୀମନ୍ଦିରରେ ଗୁଜ ଅନୁକୁଳ ନୀତି

(ପୁରୀ) : ଆଜି ପବିତ୍ର ନୃସିଂହ ଚତୁର୍ଦ୍ଦଶୀ । ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ଆଉ ଅଳ୍ପ ଦିନ। ଭକ୍ତ ନିଜର ଧର୍ଯ୍ୟ  ହରେଇ ବସିଲାଣି ଚକାନୟନକୁ ଦେଖିବାକୁ । ଏଥି ପ୍ରସ୍ତୁତି ଜୋରସୋରରେ ଚାଲିଛି । ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ  ଆଜି ନବମ  ଦିନରେ ପହଞ୍ଚିଛି। ତିନି ରଥର ତୁମ୍ବରେ ବିନ୍ଧ କାର୍ଯ୍ୟ ଶେଷ ହୋଇଥିବା ବେଳେ ଅଗର ବିନ୍ଦ କାମ ମଧ୍ୟ ସରିଛି । ଏହି ଅବସରେ ପୁରୀ ରଥଖଳାରେ ଗୁଜ ଅନୁକୁଳ ନୀତି ସମ୍ପାଦନ କରାଯିବ ।

 ମହାରଣା ସେବାୟତ ରଥ ନିର୍ମାଣ କାମରେ ଲାଗିପଡ଼ିଛନ୍ତି । ରୂପକାର ସେବାୟତମାନେ ପାରମ୍ପରିକ ରୀତିନୀତି ଅନୁଯାୟୀ ନଡ଼ିଆ ବାଡେଇ ରଥ ସହିଂତା ଅନୁସାରେ ଗୁଜ ଅନୁକୂଳ କରିବାର କାର୍ଯ୍ୟକ୍ରମ  ରହିଛି । ସେପଟେ ଦୋଳବେଦି ଅସ୍ଥାୟୀ କମାରଶାଳରେ ଓଝା ସେବକମାନେ ତିନି ରଥ ପାଇଁ ୧୦ଟି ଲେଖାଁଏ ଚକ ପାଇଁ ଆବଶ୍ୟକ ଅର କଣ୍ଟା ପ୍ରସ୍ତୁତି କାର୍ଯ୍ୟ ମଧ୍ୟ ଶେଷ କରିଛନ୍ତି।

 

Related posts

ଆରଏସପିରେ ଗ୍ୟାସ ଲିକ: ୨ ମୃତ

mahabharatanews

ଶବ କାନ୍ଧେଇ ମାନବିକତାର ପରିଚୟ ଦେଲେ ପୋଲିସ କର୍ମଚାରୀ

mahabharatanews

ଯାଜପୁରର ଏକ କବାଡ଼ି ଗୋଦାମରେ ଭୟାବହ ଅଗ୍ନିକାଣ୍ଡ

mahabharatanews