ଓଡିଶା

ରଥଯାତ୍ରା: ଆଜି ଅନୁଷ୍ଠିତ ହେବ ଦ୍ୱିତୀୟ ସମନ୍ୱୟ ବୈଠକ

(ପୁରୀ) : ଆଜି ଅନୁଷ୍ଠିତ ହେବ ଦ୍ୱିତୀୟ ସମନ୍ୱୟ ବୈଠକ । ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଏହି ବୈଠକ ଅନୁଷ୍ଠିତ ହୋଇଥିବା ସୂଚନା ମିଳିଥିବା ବେଳେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ଏହି ବୈଠକ । ଏହି ବୈଠକରେ ରଥାଯାତ୍ରା ନେଇ ସୂଚନା ରଖିବ ବିଭିନ୍ନ ବିଭାଗ ଏହା ସହ ଦେବସ୍ନାନ ପୂର୍ଣ୍ଣିମା ଓ ରଥଯାତ୍ରା ପ୍ରସ୍ତୁତି ପାଇଁ ହେବ ସମୀକ୍ଷା । ଏହା ସହ ବିଭିନ୍ନ କାର୍ଯ୍ୟ ଉପରେ ଆଲୋଚନା କରାଯିବ ।

ସୂଚନାନୁଯାୟୀ,ମହାରଣା ସେବାୟତ ରଥ ନିର୍ମାଣ କାମରେ ଲାଗିପଡ଼ିଛନ୍ତି । ରୂପକାର ସେବାୟତମାନେ ପାରମ୍ପରିକ ରୀତିନୀତି ଅନୁଯାୟୀ ନଡ଼ିଆ ବାଡେଇ ରଥ ସହିଂତା ଅନୁସାରେ ଗୁଜ ଅନୁକୂଳ କରିବାର କାର୍ଯ୍ୟକ୍ରମ  ରହିଛି ।ସେପଟେ ଦୋଳବେଦି ଅସ୍ଥାୟୀ କମାରଶାଳରେ ଓଝା ସେବକମାନେ ତିନି ରଥ ପାଇଁ ୧୦ଟି ଲେଖାଁଏ ଚକ ପାଇଁ ଆବଶ୍ୟକ ଅର କଣ୍ଟା ପ୍ରସ୍ତୁତି କାର୍ଯ୍ୟ ମଧ୍ୟ ଶେଷ କରିଛନ୍ତି।

Related posts

ରାଉରକେଲାରେ ପରେ ବଲାଙ୍ଗିରରେ ଡାଇରିଆ ଆତଙ୍କ

mahabharatanews

ହିଂଜିଲିରେ ଅହିଂସା ରଥ

mahabharatanews

ଡକ୍ଟର ଦିଲ୍ଲୀପ ଶ୍ରୀଚନ୍ଦନଙ୍କୁ ସବୁଜ ବିପ୍ଳବୀ ସମ୍ମାନ

mahabharatanews