ଓଡିଶା

ଡକ୍ଟର ଦିଲ୍ଲୀପ ଶ୍ରୀଚନ୍ଦନଙ୍କୁ ସବୁଜ ବିପ୍ଳବୀ ସମ୍ମାନ

(ଶେଖ୍ ଅରଶଦ୍ ଉଲ୍ ହକ୍ ) ଖୋର୍ଦ୍ଧା: “”ଗଛ ଲଗାଅ, ବିଶ୍ୱ ବଂଚାଅ ଅଭିଯାନ”, “”ବିଶ୍ୱ ଆମ ଘର, ତାକୁକରିବା ସବୁଜ ସ୍ୱଚ୍ଛ, ସୁନ୍ଦର”,””ସବୁଜ ବିଶ୍ୱପାଇଁ ଓଡ଼ିଆ ପୁଅଙ୍କ ରଣହୁଙ୍କାର” ଆଦି ଆନ୍ତର୍ଜାତିିକ ସ୍ତରୀୟ ଅଭିଯାନର ନେତୃତ୍ୱ ନେବା, ବିଶ୍ୱ ଜଳବାୟୁ ପରିବର୍ତନ ଉତାପ ବୃଦ୍ଧିକୁ ଆଖି ଆଗରେ ରଖି ଏଥିରୁ ରକ୍ଷା ପାଇବା ପାଇଁ ଆମ ରାଜ୍ୟ, ଦେଶ, ବିଦେଶର ୪୦,୦୦୦ ଗ୍ରୀନ୍ ଆର୍ମିଙ୍କୁ ସୃଷ୍ଟି କରିଥିବାରୁ “”କୋଣାର୍କ ଆନ୍ତର୍ଜାତିକ ନୃତ୍ୟ ମହୋତ୍ସବ ଉପଲକ୍ଷେ” କୋଣାର୍କ ପ୍ରେସ୍ କ୍ଲବ୍ ପକ୍ଷରୁ ଏକ ସ୍ୱତନ୍ତ୍ର ଉତ୍ସବରେ ପୂର୍ବତନ ବିଧାୟକ, ପ୍ରେରଣାର ସଭାପତି ତଥା ଇଂଟରନେସନାଲ୍ ଗ୍ରୀନ୍ ଆର୍ମିର କମାଣ୍ଡର-ଇନ୍-ଚିଫ୍ ଡକ୍ଟର ଦିଲ୍ଲୀପ ଶ୍ରୀଚନ୍ଦନଙ୍କୁ ସମ୍ମାନଜନକ “”ସବୁଜ ବିପ୍ଳବୀ ସମ୍ମାନ” ପ୍ରଦାନ କରାଯାଇଛି । ଏହି ସମ୍ମାନ ରାଜ୍ୟ କ୍ରୀଡ଼ା, ଯୁବସେବା ମନ୍ତ୍ରୀ ତୁଷାରକାନ୍ତୀ ବେହେରା ପ୍ରଦାନ କରି କହିଲେ ଡକ୍ଟର ଶ୍ରୀଚନ୍ଦନଙ୍କ ଆହ୍ୱାନ “”ଓଡ଼ିଶା ବାସୀ, ଦେଶରେ ଥାନ୍ତୁ କି ବିଦେଶରେ ଥାନ୍ତୁ ପୃଥିବୀ ମା’ ପାଇଁ ଗଛଟିଏ ଲଗାନ୍ତୁ, ସବୁଜ ଯୁଦ୍ଧର ଜଣେ ସୈନିକ ଭାବେ ଗର୍ବ କରନ୍ତୁ” ଏହାଦ୍ୱାରା ଅନୁପ୍ରାଣିତ ହୋଇ ବିଶ୍ୱର କୋଣ ଅନୁକୋଣରେ ଥିବା ଓଡ଼ିଆ ଭାଈ ଭଉଣୀ ମାନେ ଗଛ ଲଗାଇବା ସହ ଏହି ସବୁଜ ଯୁଦ୍ଧରେ ଜଣେ ସୈନିକ ସୈନିକ ସାମିଲ ହେବା ସହ ଶ୍ରୀଚନ୍ଦନଙ୍କ ସାଂଗଠନିକ ଶକ୍ତି ଓ ଉଚ୍ଚମାନବିକତାର ପରିଚୟ ଦିଏ । ଏହି ସଂବର୍ଦ୍ଧନା ସଭାରେ ପାଇକ ସର୍ଦ୍ଦାର ତଥା ଓଡ଼ିଶା ବୀର ମହାସଂଘର ସଭାପତି ଡକ୍ଟର ପ୍ରକାଶ ଶ୍ରୀଚନ୍ଦନ ପ୍ରମୁଖଙ୍କ ସହ ବହୁ ଦେଶ, ବିଦେଶର ଅତିଥି ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ପ୍ରେସ୍ କ୍ଲବ୍ ସଭାପତି, ସଂପାଦକ ତଥା ପ୍ରେସ୍ କ୍ଲବ୍ରର ସମସ୍ତ କର୍ମକତ୍ତ ପରିତ୍ତଳନା କରିଥିଲେ । ପ୍ରକାଶ ଥାଉକି ଡ଼କ୍ଟର ଶ୍ରୀଚନ୍ଦନ ଜଣେ ସବୁଜ ବିପ୍ଳବୀ ଭାବେ, ଏଥି ପୂର୍ବରୁ ଦେଶ ବିଦେଶରୁ “”ଗଛ ପୁରୁଷ”, “”ବିଶ୍ୱ ଗଛ ପୁରୁଷ”, “”ଗ୍ଲୋବ୍ ଗ୍ରୀନ୍ ମ୍ୟାନ୍” ଆଦି ବହୁ ସମ୍ମାନ ଜନକ ପୁରସ୍କାର ଓ ସମ୍ମାନ ପାଇଛନ୍ତି । ସେହିପରି ଡକ୍ଟର ଶ୍ରୀଚନ୍ଦନ ଜଣେ ଓଡ଼ିଆଭାବେ, ଭାରତର ପ୍ରତିନିଧିତ୍ୱ କରିବେ ଅକ୍ଟୋବର ମାସ ୨ତାରିଖ ଦିନ ମିଳିତ ଜାତିସିଂଘରେ । ତା’ପୂର୍ବରୁ ୧୦ଲକ୍ଷ ବ୍ୟକ୍ତିଙ୍କର “”ଆମେ ସବୁଜ ବିଶ୍ୱ ପାଇଁ ସମ୍ମତ ଓ କର୍ତ୍ତବ୍ୟରତ” ଶୀର୍ଷକ ୧୦ଲକ୍ଷ ଲୋକଙ୍କର ଚିଠି ପ୍ରଦାନ କରାଯିବ । ଆସନ୍ତା ୨୦୨୦ମସିହା ଜାନୁଆରୀ ମାସ ୧ତାରିଖକୁ “”ସବୁଜ ନବ ବର୍ଷ ୨୦୨୦” ଭାବେ ଦେଶ ବିଦେଶରେ ପାଳନ କରିବା ଅଭିଯାନ ଜନ ସାଧାରଣଙ୍କ ଦ୍ୱାରା ବେଶ ଆଦୃତ ହୋଇଛି ।

Related posts

 ଚିଲିକାରେ ପକ୍ଷୀ ଗଣନା ଆରମ୍ଭ 

mahabharatanews

‘ହଣ୍ଟର ଗ୍ରିନ୍‌’ପୋଷାକ ପିନ୍ଧିବେ ନବମ ଏବଂ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ

mahabharatanews

ପେଟ୍ରୋଲ ପମ୍ପ ବିସ୍ଫୋରଣ: ଆହତଙ୍କ ଚିକିତ୍ସା ବହନ କରିବେ ସରକାର

mahabharatanews

Leave a Comment