(ମୁମ୍ବାଇ): ନିକଟରେ ଶାହରୁଖ ଖାନ ଡେଭିଡ୍ ଲେଟରମ୍ୟାନ୍ ଶୋ’ରେ ଆସିଥିଲେ, ପୁଅ ଆର୍ଯ୍ୟନଙ୍କ କ୍ୟାରିୟର ଅଭିଳାଷ ବିଷୟରେ କିଛି ଶେୟାର କରିଥିଲେ । ଯାହା ଏବେ ଚର୍ଚାର ବିଷୟ ପାଲଟିଛି ।
ଶାହରୁଖ କହିବାନୁଯାୟୀ, ଯେ ତାଙ୍କ ପୁଅ ଆର୍ଯ୍ୟନ୍, ଯିଏ ସେତେବେଳେ ଆମେରିକାରେ ଫିଲ୍ମ ପ୍ରଡକ୍ସନ ପାଠ ପଢୁଥିଲେ । ସେ ଅଭିନେତା ହେବାକୁ ଚାହୁଁ ନଥିଲେ। କହିଥିଲେ ଯେ ତାଙ୍କ ପୁଅ ଜଣେ ‘ଭଲ ଲେଖକ’ ଏବଂଅଭିନେତା ହେବା ପାଇଁ ଯାହା ଆବଶ୍ୟକ ତାହା ତାଙ୍କ ପାଖରେ ନାହିଁ। ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କ ଅଭିନୟ ପ୍ରତି କୌଣସି ଆଗ୍ରହ ନଥିଲା।
ସୂଚନାନୁଯାୟୀ,ଲେଖିବା ପାଇଁ ଆର୍ଯ୍ୟନ୍ ତାଙ୍କ ପ୍ରେମରୁ ହିଁ ପ୍ରେରଣା ପାଇଥିଲେ। ସେ ନିଜେ କହିଥିଲେ ଯେ ସେ ତାଙ୍କର ପ୍ରଥମ ପ୍ରୋଜେକ୍ଟର ଲେଖା ଶେଷ କରିଛନ୍ତି। ସେ ଏକ ଆଗାମୀ ଶୋ’ର ନିର୍ଦ୍ଦେଶକ ଏବଂ କାର୍ଯ୍ୟନିର୍ବାହୀ ନିର୍ମାତା। ଏହି ସିରିଜ୍ର ନା’ ହେଉଛି ‘ଷ୍ଟାରଡମ୍’ ଏବଂ ଏହାର ସୁଟିଂ ବର୍ତ୍ତମାନ ଆରମ୍ଭ ହୋଇଛି।
