ଓଡିଶା

୧୨ରେ ଆସୁଛି ବାତ୍ୟା ‘ମୋଚା’ 

(ଭୁବନେଶ୍ୱର) : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତରେ ପରିଣତ ହୋଇ ଧିରେ ଧିରେ ଘନୀଭୂତ ହେଉଛି । ତେବେ ଆସନ୍ତାକାଲି ଏହା ଭୀଷଣ ସାମୁଦ୍ରିକ ଝଡର ରୂପ ନେଇପାରେ  । ତେବେ  ଓଡ଼ିଶାକୁ ବାତ୍ୟାର ଭୟ ନାହିଁ ବୋଲି ପାଣିପାଗ ବିଭାଗ ଆକଳନ କରିଛି।

ସୂଚନାନୁଯାୟୀ ,ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆସୁଥିବା ବାତ୍ୟାକୁ ‘ମୋଚା’ ବୋଲି ନାମକରଣ କରାଯାଇଛି । ଆସନ୍ତା ୧୨ ତାରିଖ ସକାଳ ଯାଏଁ ବାତ୍ୟା ‘ମୋଚା’ ଉତ୍ତର- ଉତ୍ତର ପଶ୍ଚିମ ଦିଗରେ ଗତି କରିବା ସମ୍ଭାବନା ରହିଛି ।

ତେବେ ବାତ୍ୟାର ଗତିପଥ ବାଙ୍ଗଲାଦେଶ ଓ ମିଆଁମାର ଆଡକୁ ମୁହାଁଇପାରେ ବୋଲି ଆଇଏଡି ତାର ଆକଳନରେ କାଏମ ରହିଛି । ଓଡିଶାକୁ ବାତ୍ୟାର ସେତେଟା ପ୍ରଭାବ ନଥିଲା ବେଳେ ଅସହ୍ୟ ଗରମ ଓ ଗୁଳୁଗୁଳି ରାଜ୍ୟରେ ଜନଜୀବନକୁ ଅସ୍ତବ୍ୟସ୍ତ କରିଛି।

Related posts

୪ ଦିନ ଯାଏ ପାଗ ଶୁଖିଲା 

mahabharatanews

‘ଏଣିକି ସବୁ ସ୍କୁଲରେ ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ’ 

mahabharatanews

ରାଜଧାନୀ ପ୍ରତିଷ୍ଠା ଦିବସର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

mahabharatanews