(ମୁମ୍ବାଇ) : ବକ୍ସ ଅଫିସରେ ଧମାଲ କରୁଛି ‘ଦ କେରଳ ଷ୍ଟୋରି’ । ଏବେ ଏହି ଫିଲ୍ମ ଆୟ ଦୃଷ୍ଟିରୁ ଶହେ କୋଟି କ୍ଲବରେ ସାମିଲ ମଧ୍ୟ ହୋଇସାରିଛି। ‘ଦ କେରଳ ଷ୍ଟୋରି’ ମେ ୧୨ରେ ୧୨.୩୫ କୋଟି ଟଙ୍କା ଆୟ କରିଥିଲା ।
ସେହିପରି ମେ ୧୩ ୧୯.୫ କୋଟି ଟଙ୍କା ସଂଗ୍ରହ କରିଛି। ଆଉ ଏହାକୁ ମିଶାଇ ଏହି ଫିଲ୍ମର ମୋଟ ରୋଜଗାର ୧୧୨.୯୯ କୋଟିରେ ପହଞ୍ଚିଛି। ତେବେ କିଛି ଲୋକ ଏପର୍ଯ୍ୟନ୍ତ ପ୍ରେକ୍ଷାଳୟରେ ଫିଲ୍ମ ଦେଖିଥିବାବେଳେ କିଛି ଲୋକ ଫିଲ୍ମର ଓଟିଟିରେ ରିଲିଜକୁ ଅପେକ୍ଷା କରିଛନ୍ତି | ଗତ ସପ୍ତାହରେ ମୁକ୍ତିଲାଭ କରିବା ପରଠାରୁ ଏହି ଚଳଚ୍ଚିତ୍ର ବିବାଦର କେନ୍ଦ୍ରବିନ୍ଦୁରେ ରହିଛି।
